ସପୁରି ଭିତରେ ୬୭ କିଲୋ କୋକେନ୍‌ ଚାଲାଣ , ନିଶା କାରାବାର ପାଇଁ ଅଭିନବ ଉପାୟ ଆପଣାଉଛନ୍ତି ବେପାରୀ

0

ମାଡ୍ରିଡ୍‌.- ନିଶା କାରବାର କରୁଥିବା ଗୋଷ୍ଠୀ ଏକ ନୂଆ ଉପାୟରେ ନିଶା ଚାଲାଣ କରୁଥିବା ବେଳେ  ରୋମ୍‌ର ରାଜଧାନୀ ମାଡ୍ରିଡ୍‌ ଠାରେ ପୁଲିସ ହାତରେ ଧରା ପଡିଛନ୍ତି । ସପୁରି ଭିତରେ କୋକେନ୍‌ ଚାଲାଣ ବେଳେ ପୁଲିସ ଏ ସବୁକୁ ଜବତ କରିଛି । କୋଷ୍ଟାରିକାରୁ  ସପୁରି  ରୋମ୍‌କୁ ଚାଲାଣ କରାଯାଇଥିଲା । ସପୁରି ଭିତରେ କଣା କରାଯାଇ ଛୋଟ ଛୋଟ ସିଲିଣ୍ଡରରେ ୮୦୦ ଗ୍ରାମରୁ ଏକ କିଲୋଗ୍ରାମ ପର୍ଯ୍ୟନ୍ତ କୋକେନ ରଖାଯାଇଥିଲା ।

ଏକ ଫଳ ମାର୍କେଟରେ ଏହି ସପୁରି ସବୁ ପହଞ୍ଚିବା ପୂର୍ବରୁ ପୁଲିସ ଏହାକୁ ଧରିବାରେ ସଫଳ ହୋଇଛି ।

ସୁପୁରିରେ କୋକେନ୍‌କୁ ରଖିବା ପରେ ହଳଦୀଆ ରଙ୍ଗର ମହମରେ ଏହାକୁ ବନ୍ଦ କରାଯାଇଥିଲା । ଏହାର ଗନ୍ଧକୁ ଦୂରକରିବା ପାଇଁ ସେଥିଲେ ସୁଗନ୍ଧି ଦ୍ରବ୍ୟର ସିଞ୍ଚନ କରାଯାଇଥିଲା । ଜାହାଜରେ କୋଷ୍ଟାରିକାରୁ ଏହାକୁ ରୋମ୍‌ର ରାଜଧାନୀ ମାଡ୍ରିଡ୍‌କୁ ପଠାଯାଇଥିଲା । ନିଶା ଚାଲାଣ ଅଭିଯୋଗରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ନିଶା କାରବାରୀମାନେ ଅଭିନବ ଉପାୟ ଅବଲମ୍ବନ କରୁଥିବା ବେଳେ ପୁଲିସ ଏମାନଙ୍କୁ ଧରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ।

Leave A Reply