ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିନାକ ଚନ୍ଦ୍ର ଘୋଷ ହୋଇପାରନ୍ତି ଦେଶର ପ୍ରଥମ ଲୋକପାଳ

0

ନୂଆଦିଲ୍ଲୀ ..- ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିନାକ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇ ପାରନ୍ତି । ତାଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ଦେବା ପାଇଁ  ସୁପାରିଶ କରାଯାଇଛି  । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି  ରଞ୍ଜନ ଗୋଗଇ , ଲୋକସଭା ବାଚସ୍ପତି  ସୁମିତ୍ରା ମହାଜନ,  ଆଇନଜ୍ଞ ମୁକୁଳ ରୋହତଗୀଙ୍କୁ ନେଇ ଗଠିତ ଚୟନ ସମିତି  ଜଷ୍ଟିସ ପିନାକ ଚନ୍ଦ୍ରଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି ।

ଲୋକ ସଭାରେ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକରେ ଅଂଶଗ୍ରହଣ କରି ନ ଥିଲେ । ସେ ବି ଚୟନ ସମିତିର ସଦସ୍ୟ ଅଛନ୍ତି ।

ଜଷ୍ଟିସ ପିନାକ ଚନ୍ଦ୍ର ୨୭ ମାର୍ଚ୍ଚ ୨୦୧୭ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ  । ଏହାପରଠାରୁ ସେ ଜାତୀୟ ମାନବାଧିକାର ଆୟୋଗର ସଦସ୍ୟ  ରହିଛନ୍ତି । ସେ ପୂର୍ବରୁ କୋଲକତା ହାଇକୋର୍ଟର ବିଚାରପତି ଓ  ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ।

Leave A Reply