ମଥାରେ ବ୍ରଣ ହେଉଛି କି ଏହି ୫ଟି ଉପାୟରେ  ଘରେ  କରି ପାରିବେ ଚିକିତ୍ସା

0

ମଥାରେ କି ଚୁଟି ଭିତରେ ବ୍ରଣ ହେଲେ ପ୍ରବଳ କଷ୍ଟ ହୋଇଥାଏ ।  ଚୁଟି ବି ପାନିଆରେ କୁଣ୍ଡାଇବା ବେଳେ କଷ୍ଟ ହୁଏ । ମାତ୍ର ଏହାର ଘରୋଇ ଚିକିତ୍ସା ସମ୍ଭବ । ଚୁଟି ସଫା ରଖିଲେ ସାଧାରଣତଃ ମୁଣ୍ଡରେ ବ୍ରଣ ହୋଇ ନ ଥାଏ ।

ଟି ଟ୍ରି ଅଏଲ୍‌- ଟି ଟ୍ରି ଅଏଲ୍‌ ଏବେ ବଜାରର ଉପଲବ୍ଧ । ଏହାର ଅନେକ ଉପାଦେୟତା  ରହିଛି । ନଡିଆ ତେଲରେ ମାତ୍ର ପାଞ୍ଚ ଛ ବୁନ୍ଦା  ଟି ଟ୍ରି ଅଏଲ୍‌ ମିଶାଇ ମୁଣ୍ଡରେ ମାଲିସ୍‌ କରନ୍ତୁ । ଏହାର  ଘଣ୍ଟାଏ ପରେ ସାମ୍ପୁରେ ମୁଣ୍ଡ ସଫା କରନ୍ତୁ । ଦେଖିବେ  ଚୁଟି ଭଲ ରହିବା ସହ ମୁଣ୍ଡରେ ବ୍ରଣ ହେବ ନାହିଁ ।

ରସୁଣ – ତାଜା ରସୁଣ କୋଲା କୁ ଟିକେ ଛିଡାଇ ବ୍ରଣ ଉପରେ ଘଷନ୍ତୁ । ୨୦ -୩୦ ମିନିଟ ପରେ ଏହାକୁ ସଫା କରି ଦିଅନ୍ତୁ । ଦେଖିବେ ବ୍ରଣ ଭଲ ହୋଇଯିବ । ମାତ୍ର କଞ୍ଚା ରସୁଣ କୋଲାର ଗନ୍ଧକୁ ଆପଣ ସମ୍ଭାଳି ପାରିଲେ ହେଲା ।

ଲେମ୍ବୁ ରସ- ଲେମ୍ବୁରସ ସହ ଅଳ୍ପ ପାଣି ମିଶାନ୍ତୁ  । ଏହାକୁ ମୁଣ୍ଡର ଘଷନ୍ତୁ ।ଦେଖିବେ ବ୍ରଣ ଭଲ ହୋଇଯିବା ସହ ,ଚୁଟି ଭଲ ରହିବ ।

ଆପଲ୍‌ ସିଡାର ଭିନେଗାର୍‌- -ଆପଲ୍‌ ସିଡାର  ଭିନେଗାର୍‌ ଶରୀର ପାଇଁ ଅତି ଭଲ । ଆପଲ୍‌ ସିଡାର ଭିନେଗାର୍‌ରେ ଅଳ୍ପ ଟି ଟ୍ରି ଅଏଲ୍‌ ମିଶାଇ ମାଲିସ୍‌ କରନ୍ତୁ । ଦେଖିବେ ବ୍ରଣ ହେବ ନାହିଁ ।

ବେକିଂ ସୋଡା- ବେକିଂ ସୋଡାରେ ଅଳ୍ପ ପାଣି ମିଶାଇ ଏହାକୁ ବ୍ରଣ ଉପରେ ମାଲିସ୍‌ କରନ୍ତୁ ଦେଖିବେ ବ୍ରଣ ଭଲ ହୋଇଯିବ ।

Leave A Reply