ମଦପାଇଁ ଲାଇସେନ୍ସ୍‌ ହରାଇଲେ ବରିଷ୍ଠ ପାଇଲଟ୍‌

0

ନୂଆଦିଲ୍ଲୀ  . –  ମଦ ପିଇବା ଜଣେ ବରିଷ୍ଠ ପାଇଲଟ୍‌ଙ୍କ ପାଇଁ କାଳ ହୋଇଛି । ବିମାନ ଚଳାଚଳ ନିର୍ଦେଶାଳୟ ଅରବିନ୍ଦ କାଥପଲିଓ ନାମକ ପାଇଲଟଙ୍କ ଲାଇସେନ୍ସକୁ ୩ ବର୍ଷ ପାଇଁ ବାତିଲ କରିଛି । ବ୍ରେଥ ଆନାଲାଇଜର୍‌ ପରୀକ୍ଷା ବା ମଦ ପିଇବା ପରେ ନିଶ୍ୱାସରେ କରାଯାଉଥିବା ପରୀକ୍ଷାରେ ଏହି ପାଇଲଟ ଜଣଙ୍କ ଦୁଇଥର ମଦପିଇ ବିମାନ ଚଳାଇବା ପାଇଁ ଆସିଥିବା ଧରା ପଡିଥିଲା । ୨୦୧୭ ମସିହାରେ ସେ ବ୍ରେଥ ଆନାଲାଇଜର୍‌ ପରୀକ୍ଷା ପାଇଁ ମନା କରି ଦେବାରୁ ତାଙ୍କୁ ତିନିମାସ ପାଇଁ ନିଲମ୍ବିତ କରାଯାଇଥିଲା ।

ମାତ୍ର ଅରବିନ୍ଦ ଏହାକୁ ଖଣ୍ଡନ କରିଛନ୍ତି ।  ପରିଚାଳନା ପରିଷଦର କିଛି ଅଧିକାରୀ ତାଙ୍କ ଉପରେ ଆକ୍ରୋଶ ରଖି ଏପରି କରିଥିବା ସେ ଅଭଯୋଗ କରିଛନ୍ତି । ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ଭାରତରେ ୧୩୨ ଜଣ ପାଇଲଟ ବ୍ରେଥ ଆନାଲାଇଜର୍‌ ପରୀକ୍ଷାରେ ନିଶା ଗ୍ରହଣ କରିଥିବା କଥା  ସୂଚନା ଅଛି । ପ୍ରଥମ ଥର ପାଇଁ ବ୍ରେଥ ଆନାଲାଇଜର୍‌ ପରୀକ୍ଷାରେ ଧରାପଡିଥିବା ୧୧୨ ଜଣ ପାଇଲଟଙ୍କୁ ନିଶାପାନ ଅଭିଯୋଗରେ ନିଲମ୍ବିତ କରାଯାଇଛି ।

Leave A Reply