କୋଭିଡ ପରିଚାଳନା ଅବ୍ୟବସ୍ଥା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭୁବନେଶ୍ବର: କୋଭିଡ ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବାବେଳେ ଦୋଷୀ ଅଧିକାରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ ହୋଇଛି। କୋଭିଡ ଡାକ୍ତରଖାନାରେ ରୋଗୀ ଅବହେଳା ଓ ଶବକୁ ଅସମ୍ମାନ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ବାରିପଦା ଓ ବଲାଙ୍ଗିର ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ବାସ୍ଥ୍ୟ ମାମଲା ଦାଏର କରାଯାଇଛି। ବାରିପଦା କୋଭିଡ ଡାକ୍ତରଖାନାରେ ରୋଗୀ ତଳେ ଗଡ଼ିବା ନେଇ ମାମଲା ରୁଜୁ କରାଯାଇଥିବାବେଳେ ବଲାଙ୍ଗିରରେ ଗୋଟିଏ ଜୁଇରେ ୧୦ଜଣଙ୍କ ଶବଦାହ ନେଇ ମାମଲା ହୋଇଛି।

 

ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରାଯାଇଛି। କୋଭିଡ ଡାକ୍ତରଖାନାରେ ସିସିଟିଭି ଲଗାଇବାକୁ ମଧ୍ୟ ପିଆଇଏଲରେ ଅପିଲ ହୋଇଛି। ଏହି ଜନସ୍ବାର୍ଥ ମାମଲାରେ ମୁଖ୍ୟ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ୨ ଜିଲାର ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

Comments are closed.