ସ୍ୱୟଂ ସହାୟକ ଗୋଷ୍ଠୀ ତାଲିମ ଶିବିର

ପିପିଲି:ପିପିଲି ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦିନିକିଆ ତାଲିମ ଶିବିର ସ୍ଥାନୀୟ ଖଣ୍ଡିଆଗିରି ସ୍ଥିତ ‘ମାଣିକ ଗାର୍ଡେନ’ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲା ଶିଳ୍ପ କେନ୍ଦ୍ର, ପିପିଲି ପଞ୍ଚାୟତ ସମିତି ଓ ଭୁବନେଶ୍ୱର ସ୍ଥିତ ବ୍ରିଲିଆଣ୍ଟ ଗୃପ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ୧୨୦ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଏହି ତାଲିମ ଶିବିରକୁ ଉଦ୍‍ଘାଟନ କରିବା ଅବସରରେ ରାଜ୍ୟ ସରକାରଙ୍କ ମହିଳା ବିକାଶ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ବ୍ରିଲିଆଣ୍ଟ ଗୃପର ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡିକ କିଭଳି ଅଧିକ ଉପକୃତ ହୋଇପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିପିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସିଡିପିଓ ସ୍ନେହଲତା ନାୟକ, ବ୍ଲକ ପ୍ରକଳ୍ପ ସଂଯୋଜକ ପ୍ରମୋଦିନି ବେହେରା, ସୁପରଭାଇଜର ସୁଶ୍ରି ସଙ୍ଗିତା ସାମନ୍ତରାୟ, ବ୍ଲକ ମିଶନ ଶକ୍ତି ସଂଯୋଜକ ସୁବ୍ରତ କୁମାର ମହାପାତ୍ର, ସ୍ୱଂୟପ୍ରଭା ମିଶ୍ର, ବ୍ରିଲିଆଣ୍ଟ ଗୃପ ପରିଚାଳକ ପ୍ରମୁଖ ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ। ଏହି ଅବସରରେ ବ୍ରିଲିଆଣ୍ଟ ଗୃପର ବିଭିନ୍ନ ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିଲା।

Comments are closed.