ଶଗଡ଼ ଗାଡ଼ିରେ ବଣଭୋଜି

0

ସୁଆଣ୍ଡୋ : ପିକ୍‍ନିକ ଋତୁ ଆରମ୍ଭ ହୋଇଗଲାଣି। ଗାଡ଼ି ମଟର , ବାଇକ ଆଦିରେ ଲୋକମାନେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଉଛନ୍ତି। ପୁରୀ ଜିଲା ଚନ୍ଦନପୁର ଥାନା ସଂଲଗ୍ନ ପିଳିପିଳା ଓ ରଗଡ଼ି ଗ୍ରାମରୁ ନଅଟି ଶଗଡ଼ ଗାଡ଼ି ସୋମବାର ସଜେଇ ହୋଇ ମାଇକ୍‍ ବଜାଇ ଏଥିରେ ଯାତ୍ରୀମାନେ ପିକ୍‍ନିକରେ ବାହାରିଛନ୍ତି। ଏହି ଶଗଡ଼ ଗାଡ଼ି ସାକ୍ଷୀଗୋପାଳ ନିକଟ ବଳପୁର ହରିସହଦେବ ଠାକୁରଙ୍କ ପୀଠରେ ଆସି ସେମାନେ ପହଞ୍ଚିଛନ୍ତି। ସୁକାନ୍ତ ବେହେରାଙ୍କ ନେତୃତ୍ୱରେ ଛତିଶ ଜଣ ସହଯାତ୍ରୀ ଏଠାରେ ଭାର୍ଗବୀରେ ସ୍ନାନ କରିବା ପରେ ବାଲୁଙ୍କେଶରଙ୍କୁ ଦର୍ଶନ କରିବେ ଓ ହରିସହଦେବଙ୍କ ପୀଠରେ ପହଞ୍ଚି ପ୍ରସାଦ ସେବନ କରିବେ। ୩୧୬ ନମ୍ବର ଜାତୀୟ ରାଜପଥ ଠାରୁ ଆରମ୍ଭ କରି ପଟ୍ଟନାୟିକିଆ ରାସ୍ତାରେ ଏହି ଶଗଡ଼ଗାଡ଼ି ଦେଖି ଦର୍ଶକମାନେ ଅତୀତ ଦିନର ସ୍ମୃତିକୁ ମନେ ପକାଇଥିଲେ।

Leave A Reply