ଯାଜପୁରରେ ଧର୍ମାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ ବନ୍ଦ; ଜିଲାପାଳ

ଯାଜପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି (ଗୁରୁବାର) ଆସନ୍ତାକାଲିଠାରୁ ଯାଜପୁର ଜିଲ୍ଲାର ସମସ୍ତ ପିକନିକ ସ୍ପଟ, ପାର୍କ ଓ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋର କହିଛନ୍ତି ।  ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଟପିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେପଟେ ଆଜି ରାଜ୍ୟରେ ୯ ହଜାର ମୁହାଁ ଦୈନିକ ସଂକ୍ରମଣ । ଆଜି ପୁଣି ରାଜ୍ୟରେ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି । ଏ ନେଇ ଆଇଏଲଏସ ପକ୍ଷରୁ ସୂଚନା ମିଳିଛି ।

Comments are closed.