ସିମୁଳିଆରୁ ଚୋରା କୋଇଲା ଗାଡ଼ି ଜବତ

0

ବାଲେଶ୍ୱର : ସିମୁଳିଆ ଠାରେ ଚୋରା କୋଇଲା ଗାଡ଼ି ଜବତ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ସିମୁଳିଆ ପୁଲିସ ଦ୍ୱାରା ଏକ ଚୋରା କୋଇଲା ବୋଝେଇ ପିକ୍‍ ଅପ୍‍ ଭ୍ୟାନ୍‍କୁ ବରଦା କେନାଲ ଠାରୁ ଜବତ କରାଯାଇଛି। ଗାଡ଼ିରୁ ୪୦ ବ୍ୟାଗ୍‍ କୋଇଲା ଜବତ ହୋଇଥିବା ଜଣା ପଡ଼ିଛି। ପୁଲିସ ଚଢାଉ କରିବା ସମୟରେ ଏହି ପିକ୍‍ ଅପ୍‍ ଭ୍ୟାନ୍‍ର ଡ୍ରାଇଭର୍‍ ଓ ହେଲ୍ପର୍‍ ଗାଡ଼ି ଛାଡ଼ି ଫେରାର୍‍ ହୋଇ ଯାଇଥିଲେ। ସିମୁଳିଆ ଥାନା ଅଧିକାରୀ ସଞ୍ଜୟ ପରିଡ଼ା ତାଙ୍କ ଟିମ୍‍ ସହ ଏହି ଚଢାଉ କରି ଚୋରା କୋଇଲାକୁ ଜବତ କରିଥିଲେ।

Leave A Reply