ସବୁ ପାଗରେ ଆଚାରକୁ ଭଲ ରଖିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଘରେ ଘରେ ଆଚାର ପ୍ରସ୍ତୁତ କରାଯାଏ । ଅଲଗା ଅଲଗା ଆଚାର ପାଇଁ ଭିନ୍ନ ଭିନ୍ନ ମସଲାରେ ପ୍ରୟୋଗ କରାଯାଏ । ଆଚାର ପ୍ରସ୍ତୁତ କରିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଏପରି କରିବା ଦ୍ବାରା ଆଚାର ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ରହିଥାଏ ଏବଂ ଶୀଘ୍ର ନଷ୍ଟ ହୋଇନଥାଏ । ତେଣୁ ଆସନ୍ତୁ ଜଣିବା ଆଚାରକୁ ଦୀର୍ଘ ସମୟ ରଖିବାର ଉପାୟ…

ଆଚାର ପ୍ରସ୍ତୁତ କରିବା ପରେ ଆଚାର ଜାରରେ ଏକ ସୂତା କପଡା ବାନ୍ଧି ୪ରୁ ୫ ଦିନ ପର୍ଯ୍ୟନ୍ତ ଟାଣ ଖରାରେ ରଖିଦିଅନ୍ତୁ ।
ଆଚାର ପ୍ରସ୍ତୁତ କରିବା ପୂର୍ବରୁ ମସଲାକୁ ଗରମ କଡେଇ ବା ତାୱାରେ ଅଳ୍ପ ଭାଜି ଦିଅନ୍ତୁ ।
ପ୍ରସ୍ତୁତ ହୋଇଥିବା ଆଚାର ତେଲରେ ଏହା ଭଲ ଭାବରେ ଡୁବି ରହୁଥିବା ଆବଶ୍ୟକ ।
ମିଠା ଆଚାର ପ୍ରସ୍ତୁତ କରିବା ସମୟରେ ଆଚାରରେ ପାଣି ରହିବା ଉଚିତ୍ ନୁହେଁ ।
ନିୟମିତ ବ୍ୟବହାର କରୁଥିବା ଆଚାରକୁ ଏକ କାଚ ବୋତଲରେ ଅଲଗା ରଖନ୍ତୁ ।
ଆଚାର ବୋତଲରେ ଓଦା ଚାମଚ କଦାପି ବ୍ୟବହାର କରନ୍ତୁ ନାହିଁ ।
ଆଚାରକୁ ଦୁଇ ମାସରେ ଥରେ ଯେମିତି ହେଲେ ଖରାରେ ରଖନ୍ତୁ ।
ଭିନେଗାର ମିଶାଇବା ଦ୍ବାରା ଆଚାର ଶୀଘ୍ର ନଷ୍ଟ ହୋଇନଥାଏ ।

Comments are closed.