କାଠ ଚୋରା ଚାଲାଣ ବେଳେ ଜବତ କଲା ବନ ବିଭାଗ

ବଲାଙ୍ଗୀର – ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବନ ବିଭାଗ ପକ୍ଷରୁ ପିକ୍‌ଅପ୍‌ ଭ୍ୟାନ୍‌ରେ କାଠ ଚୋରା ଚାଲାଣ ବେଳେ ଜବତ କରାଯାଇଛି । 0D03B8290 ପିକ୍‌ ଅପ୍‌ ଭ୍ୟାନ୍‌ରେ କାଠ ଚୋରା ଚାଲାଣ କରାଯାଉଥିବା ବନ ବିଭାଗକୁ ସୂଚନା ମିଳିଥିଲା । ଏଥିରୁ ପ୍ରାୟ ୫୦ ହଜାର ଟଙ୍କାର ଚୋରା ଶାଳ କାଠ ଜବତ କରାଯାଇଛି।

ଡ୍ରାଇଭର ବଳଦେବ ସାହୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବନ ପାଳ ବିନୋଦ ଧାରୁଆଙ୍କ ସହ ଏହି ଚଢ଼ାଉ ସମୟରେ ବନରକ୍ଷୀ ଚନ୍ଦ୍ରକ୍ରାନ୍ତି ସୁନା , ଅଜିତ ବେହେରା , ପିତାମ୍ବର ମାଝୀ , କେଶବ ନାଗ ପ୍ରମୁଖ ସାମିଲ ଥିଲେ ।

 

Comments are closed.