ମାଛ ଜାଲରୁ ୭ଫୁଟର ଅଜଗର ସାପ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତର ସାଉଣ୍ଡିଆ ଗ୍ରାମରେ ଶନିବାର ଏକ ଅଜଗର ସାପ ଉଦ୍ଧାର ହୋଇଛି।
ସୂଚନା ଯୋଗ୍ୟ, ଜଣେ ବ୍ୟକ୍ତି ମାଛ ଧରିବା ଉଦ୍ଦେଶ୍ୟରେ ଜାଲ ବସାଇଥିବାବେଳେ ଜାଲରେ ୫ରୁ୭ଫୁଟ ଲମ୍ବର ଅଜଗର ସାପଟିଏ ପଡିଯାଇଥିବାର ଦେଖିଥିଲେ । ଉକ୍ତ ସାପଟିକୁ ଜାଲ ସହ ଧରି ଆଣି ସାଉଣ୍ଡିଆ ୟୁପି ସ୍କୁଲ ପାଖରେ ରଖି ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ ସାପଟିକୁ ଉଦ୍ଧାରକରି ଥିବା ଜଣାପଡିଛି ।

Comments are closed.