କନ୍ଧମାଳ ଜିଲାରେ ହାଇସ୍କୁଲକୁ ପଟ୍ଟା ବଣ୍ଟନ କଲେ ଉପଜିଲାପାଳ

ଫୁଲବାଣୀ:କନ୍ଧମାଳ ଜିଲାରେ ଥିବା ଅନେକ ବିଦ୍ୟାଳୟ ନିର୍ମାଣ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ତାହାର ମାଲିକାନା ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ନିକଟରେ ନହିଁ। କେଉଁଠେ ସରକାରୀ ଜମି ରହିଛି ତ କେଉଁ ସ୍ଥାନରେ କିଛି ଲୋକଙ୍କ ନାମରେ ରହିଛି। ଏଭଳି ସ୍ଥଳେ ଫୁଲବାଣୀ ତହସିଲ୍ ଅନ୍ତର୍ଗତ ୧୦୭ ଟି ବିଦ୍ୟାଳୟ ମଧ୍ୟରୁ ୭୫ ଟି ବିଦ୍ୟାଳୟର ଜମିର ପଟ୍ଟାନଥିବା ବେଳେ ଅନେକ ହାଇସ୍କୁଲର ମଧ୍ୟ ନିଜସ୍ୱ ପଟାନାହିଁ। ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଉକ୍ତ ସବୁ ଜମିକୁ ସ୍କୁଲ ନାମରେ ପଟ୍ଟା କରିବା ପାଇଁ ତହସିଲ୍ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀ ବ୍ଳକ ଅନ୍ତର୍ଗତ ୧୩ ଗୋଟି ହାଇସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ବିଦ୍ୟାଳୟର ପଟା ବଣ୍ଟନ କରାଯାଇଛି। ତହସିଲ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଉପଜିଲାପାଳ ଶେଷଦେବ ମିଶ୍ର ଯୋଗଦେଇ ପଟ୍ଟା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ତହସିଲଦାର ଦିନମଣି ନାୟକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟର ପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା ତହସିଲଦାର ପ୍ରକାଶ କରିଛନ୍ତି।

Comments are closed.