ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ୨୨ତମ ଚତୁର୍ଦ୍ଦଶୀ ଜନ୍ମଦିବସ ପାଳନ ପାଇଁ ଗଠିତ ହେଲା କମିଟି

ଫୁଲବାଣୀ: ଫୁଲବାଣୀ ସହର ସ୍ଥିତ ଜିରିଙ୍ଗିପଡ଼ା ଲକ୍ଷ୍ମୀ ନୃସିଂହ ମନ୍ଦିର ଠାରେ ସବୁବର୍ଷ ପରି ଚଳିିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ୨୨ତମ ଚତୁର୍ଦ୍ଦଶୀ ଜନ୍ମଦିବସ ତଥା ଚନ୍ଦନଯାତ୍ରା ପାଳନ ପାଇଁ ପରିଚାଳନା କମିଟି ବୈଠକ ସହିତ ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି। ଗତ ଦୁଇବର୍ଷ ହେଲା ମହାମାରି କରୋନା କଟକଣା ଯୋଗୁଁ ଯାତ୍ରା ଅନୁଷ୍ଠିତ ହୋଇ ପାରିନଥିବା ବେଳେ ଚଳିତ ବର୍ଷ ଯାକ ଜକମରେ ପାଳନ ପାଇଁ ଆରମ୍ଭ ହୋଇଛି ପଦକ୍ଷେପ। ଜିରିଙ୍ଗିପଡ଼ା ଗ୍ରାମ୍ୟ କମିଟି ସଭାପତି ସୁଜିତ୍ ବେହେରା, ସାଧାରଣ ସଂପାଦକ ଦାରୁଣ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତା ପଙ୍କଜ ବେହେରା, ବଳଦେବ ବେହେରା, ଦିନେଶ ବେହେରା ଓ ଶିବ ଶଙ୍କର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନୂତନ ପରିଚାଳନା କମିଟି ଗଠିତ ହୋଇଛି। ଏଥିରେ ବରିଷ୍ଠ କଣ୍ଠଶିଳ୍ପୀ ଜଳନ୍ଧର ବେହେରାଙ୍କୁ ମୁଖ୍ୟ ସଚେତକ ଭାବେ ମନୋନୀତ କରାଯାଇଥିବା ବେଳେ ନୂତନ ପରିଚାଳନା କମିଟିର ସଭାପତି ଭାବେ ଦ୍ୱିତୀୟ ଥର ପାଇଁ ପାର୍ଥ ସାରଥି ବିଶ୍ୱାଳ, ଉପସଭାପତି ଭାବେ କରମ ବେହେରା , କାର୍ଯ୍ୟକାରି ସଭାପତି ଭାବେ ସୁଧାଂଶୁ ବେହେରା, ସାଧାରଣ ସଂପାଦକ ଭାବେ ମିଲନ କହଁର , ସହ ସଂପାଦକ ଭାବେ ରାମକୃଷ୍ଣ କହଁର , କୋଷାଧ୍ୟକ୍ଷ ଭାବେ ଲଳିତ କୁମାର ବେହେରା ଓ ସାଂସ୍କୃତିକ ସଂପାଦକ ଭାବେ ପାଞ୍ଚୀଲି ବେହେରାଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଛି। ମନୋନିତ ହୋଇଥିବା ନୂତନ କର୍ମକର୍ତ୍ତା ମାନେ ପ୍ରଶାସନିକ ନୀତି ନିୟମ ଓ ଗ୍ରାମ୍ୟ କମିଟିର ନୀତି ନିୟମକୁ ମାନି ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଅନୁଷ୍ଠିତ ବୈଠକରେ ଗ୍ରାମର ବହୁ ବ୍ୟକ୍ତି ଓ ଯୁବକ ମାନେ ଯୋଗଦେଇଥିଲେ।

Comments are closed.