ଆନ୍ତର୍ଜାତୀୟ ସ୍ୱେଛାସେବୀ ଦିବସ, ସମାଜର ପରିବର୍ତ୍ତନ ପାଇଁ ଅଧିକ ସ୍ବେଚ୍ଛାସେବୀ ସୃଷ୍ଟି ପାଇଁ ଆହ୍ବାନ

ଫୁଲବାଣୀ: ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ , କନ୍ଧମାଳ ଜିଲାର ବିଭିନ୍ନ ସ୍ୱେଛାସେବୀ ସଂଗଠନ ଏବଂ ପ୍ରଦାତା ମିଳିତ ସହଯୋଗରେ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଛାସେବୀ ଦିବସ ପାଳିତ ହୋଇଯାଇଛି। ବନ୍ଧଗଡ ସ୍ଥିତ ସ୍ୱାତୀ ଅନୁଷ୍ଠାନ ସଭାଗୃହରେ ଜିଲାର ବହୁ ସ୍ୱେଛାସେବୀ ଏଥିରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଇଂ.ହରିଶଙ୍କର ରାଉତ, ପ୍ରଦୀପ ଦାସ, ମୋହିତ କୁମାର ନାୟକ, ବୈଦ୍ୟନାଥ ଖଟୁଆ, ଗିରୀଶ ସାମଲ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସ୍ୱାତୀ ଅନୁଷ୍ଠାନର ସଂପାଦକ ଇଂ.ହରିଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା।

 

ଏହାପରେ ସମାଜକୁ ପ୍ରେରଣା ସାଜି ନିଜ ଜୀବନକୁ ଜଳାଞ୍ଜଳୀ ଦେଇଥିବା ସ୍ୱେଛାସେବୀ ସୁଶିଳା ଦାସ ଓ ରବି ସାହୁଙ୍କ ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ୱାତୀ ଅନୁଷ୍ଠାନରେ ସୁଶିଳା ଦେବୀ, ରବି ସାହୁ ସ୍ମୁତି ବିଶ୍ରାମ କକ୍ଷ ଉଦଘାଟିତ ହୋଇଥିଲା। ପରେ ପରେ ବକ୍ତାମାନେ ସ୍ୱେଛାସେବୀଙ୍କ ଲକ୍ଷ୍ୟ, ଆଭିମୁଖ୍ୟ, କର୍ତ୍ତବ୍ୟ, ସ୍ୱେଛାସେବୀମାନଙ୍କ ଦ୍ୱାରା ସମାଜର ପରିବର୍ତ୍ତନ ଓ ସମାଜରେ ଅଧିକରୁ ଅଧିକା ସ୍ୱେଛାସେବୀ ସୃଷ୍ଟି କରିବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। ଏଥିରେ ଅନ୍ତରଙ୍ଗର ଜିଲା ସଂପାଦକ ହୃଷିକେଶ ପ୍ରଧାନଙ୍କ ସମେତ ବହୁ ସ୍ୱେଛାସେବୀ ଅଂଶ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ବୁନା କହଁର, ବିଷ୍ନୁପ୍ରିୟା ପ୍ରଧାନ ଓ କୌଶଲ୍ୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.