ସୁଶାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କନ୍ଧମାଳ ସାଂସଦ

ଫୁଲବାଣୀ: କିଛିଦିନ ତଳେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କେଲାପଡ଼ା ଗ୍ରାମର ସୁଶାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇ ପରଲୋକ ହୋଇଥିବା ବେଳେ ତାଙ୍କର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ। ପ୍ରକାଶଯେ, ସ୍ୱର୍ଗତ ସୁଶାନ୍ତ କନ୍ଧମାଳ ସାଂସଦ ପକ୍ଷରୁ ଫିରିଙ୍ଗିଆ ବ୍ଳକ ସଂଯୋଜକ ଭାବେ କାର୍ଯ୍ୟକରୁଥିଲେ। ତାଙ୍କର ପରଲୋକରେ ସାଂସଦ ଶୋକ ସନ୍ତପ ପରବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସାଂସଦଙ୍କ ପ୍ରତିନିଧି ଜରିଆରେ ସୁଶାନ୍ତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସୋମବାର ସାଂସଦଙ୍କ ପ୍ରତିନିଧି ଦେବେନ୍ଦ୍ର ସାମଲ ସ୍ୱର୍ଗତଙ୍କ ପତ୍ନୀଙ୍କୁ ସାକ୍ଷାତ କରି ଏକଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି। ଏଥିପାଇଁ ସୁଶାନ୍ତଙ୍କ ପତ୍ନୀ ସାଂସଦଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରକାଶ ଯେ, ଗତ ୨୨ ତାରିଖରେ ସୁଶାନ୍ତଙ୍କ ଦେହାନ୍ତ ଘଟିଥିଲା।

Comments are closed.