ଲକ୍‍ଡ଼ାଉନ୍‍ ପାଇଁ ସାଇକଲରେ ଯିବା କାଳ ହେଲା, କାର ଧକ୍କାରେ ଜଣେ ମୃତ

ଫୁଲବାଣୀ: ଲକ୍‍ଡ଼ାଉନ୍‍ ପାଇଁ ସାଇକଲରେ ଯିବା ହେଲା କାଳ। ନିଜ ଜନ୍ମିତ ପିଲାର ଚିକିତ୍ସା ପାଇଁ ପାଇଁ ଅର୍ଥ ସଂଗ୍ରହ କରିବା ପାଇଁ ଗଳାବେଳେ ଦୁର୍ଘଟଣାର ଶୀକାର ହୋଇଛନ୍ତି ଜଣେ ବାପା। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିଣ୍ଡିରାଗାଁ ରାସ୍ତାରେ। ଡ଼ିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହିଗଭ୍‍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଫିରିଙ୍ଗିଆ ବ୍ଳକ ବନ୍ଧଗଡ଼ ପଂଚାୟତ ମନୁଆବାଡ଼ି ଗ୍ରାମର ଲକ୍ଷ୍ମୀଧର କହଁର।

ଖବର ପ୍ରକାରେ, ମୃତ ବ୍ୟକ୍ତିଙ୍କର ସ୍ତ୍ରୀ ଗର୍ଭବତୀ କାରଣରୁ ସେ କିଛିଦିନ ହେଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ଏକ ସନ୍ତାନ ଜନ୍ମଲାଭ କରିଥିଲା। ବର୍ତ୍ତମାନ ଉଭୟ ମାଆ ଓ ନବଜାତ ଶିଶୁ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ସକାଳୁ ଚିକିତ୍ସା ପାଇଁ କିଛି ଅର୍ଥର ଆବଶ୍ୟକ ପଡ଼ିବାରୁ ଲକ୍ଷ୍ମୀଧର ଏକ ସାଇକଲ୍‍ରେ ଡ଼ାକ୍ତରଖାନାରୁ ନିଜ ଗ୍ରାମକୁ ଯାଉଥିଲେ। ଲକଡାଉନ୍‍ ଯୋଗୁଁ କୌଣସି ଯାନ ବାହାନ ଚଳାଚଳ କରୁନଥିବା ବେଳେ ଅର୍ଥର ଆବଶ୍ୟକତା ଯୋଗୁଁ ସେ ଏକ ସାଇକଲ ମାଗି ନିଜ ଗ୍ରାମକୁ ଯାଉଥିବା ବେଳେ ଦୃତଗତିରେ ଆସୁଥିବା ଏକ ୱାଗନର କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ। ରାସ୍ତା ଉପରେ କଚାଡ଼ି ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ କାର ଚାଳକ ଜଣକ ଦୁର୍ଘଟଣା ପରେ କାର ଛାଡ଼ି କୁଆଡ଼େ ଫେରାର୍‍ ହୋଇଯାଇଛି। ଖବର ପାଇଁ ଫିରିଙ୍ଗିଆ ପୁଲିସ୍‍ ଘଟଣା ସ୍ଥଳରେପହଞ୍ଚି ଶବକୁ ଜବତ କରିବା ସହିତ କାରକୁ ଜବତ କରିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

Comments are closed.