ଶତାୟୁ ସମାଜସେବୀଙ୍କ ୧୦୩ ବର୍ଷରେ ପରଲୋକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ପାଣ୍ଡ୍ରିସୀମା ଗ୍ରାମର ରାମଚନ୍ଦ୍ର ବିଶୋୟୀ(୧୦୩) ବର୍ଷ ବୟସରେ ପରଲୋକ ଘଟିଛି। ୧୯୧୮ ମସିହାରେ ପିତା କଳିପ ବିଶୋୟୀ ଓ ମାତା ତୁଳସୀ ଦେବୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ରାମଚନ୍ଦ୍ର ପିଲାଦିନ ଠାରୁ ହିଁ ବିିଭିନ୍ନ ସମାଜାିକ ସଂଗଠନ ସେବାରେ ନିଜକୁ ସାମିଲ୍‍ କରିଥିଲେ। ସେହି ସମୟରେ ସେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଢ ପଢିଥିଲେ। ଗତ ଦିନରେ ସେ ଚକାପାଦ ପାଂଚୟତର ସରପଂଚ ଭାବେ ମଧ୍ୟ ୨ଥର ଦାୟିତ୍ୱ ତୁଲାଇଥିଲେ। ଏଥି ସହିତ ଚକାପାଦ ସଂସ୍କୃତ ମହାବିଦ୍ୟାଳୟରେ ସଭାପତି ଭାବେ ଦାୟି୍‍ ତୁଲାଇଥିଲେ। ଅଞ୍ଚଳବାସୀ ସୁଖ ଓ ଦୁଃଖରେ ନିଜକୁ ସାମିଲ୍‍ କରିଥିବା ସ୍ୱର୍ଗତ ରାମଚନ୍ଦ୍ର ଅଞ୍ଚଳବାସୀଙ୍କ ପାଇଁ ମଧ୍ୟ ବେଶ୍‍ ପ୍ରିୟପାତ୍ର ହୋଇଥିଲେ। ଆଧ୍ୟାତ୍ମିକ ଚିନ୍ତାନ୍ତାରା ଓ ସରଳ ସ୍ୱଭାବ ମେଳିପି ବ୍ୟକ୍ତିଥିଲେ। ଗାଁରେ ମନ୍ଦିର ସେବକ ସହିତ ବିଭିନ୍ନ ପଦ ପଦବିରେ ଜନିତ ରହିମଧ୍ୟ କାର୍ଯ୍ୟତୁଳାଇଥିଲେ।

ମୃତ୍ୟୁ ବେଳକୁ ୧୦୩ ବର୍ଷ ହୋଇଥିବା ବେଳେ ବାର୍ଦ୍ଧକ୍ୟଜନିତ କାରଣ ଯୋଗୁଁ ଆଜି ସେ ତାଙ୍କ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅନ୍ତିମ ସଂସ୍କାରରେ ପରିବାର ସହିତ ଆତ୍ମିୟ ସ୍ୱଜନ ଓ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି ଶେଷ ଦର୍ଶନ ସହିତ ନିଜ ଗ୍ରାମ ସସ୍ମାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

Comments are closed.