ରହିଲାନି ସାମାଜିକ ଦୂରତ୍ବ; ପରିବା ବଜାର ଉପରେ ପ୍ରଶସାନର ଚଢାଉ

ଫୁଲବାଣୀ:ଗୋଟିଏ ପଟେ ତାଲାବନ୍ଦ ଚାଲିଥିବା ବେଳେ ଅତ୍ୟାବଶ୍ୟକିୟ ଜିନିଷ ପାଇଁ ସକାଳ ୬ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସାମାନ୍ୟ କୋହଳ କରାଯାଇଛି। ଏହାର ସୁଯୋଗ ନେଇ ଅନେକ ବିନା କାରଣରେ ଅନେକ ବୁଲୁଥିବାର ଅଭିଯୋଗ ହୋଇଛି। ତେବେ ସହରର ବିିଭିନ୍ନ ପରିବାର ବଜାରେ ସାମାଜିକ ଦ୍ୱରତ୍ୱ ରହୁନଥିବାର ଅଭିଯୋଗ ପରେ ଆଜି ସକାଳେ ଅଚାନକ ଭାବେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବିଭିନ୍ନ ପରିବାର ବଜାର ଉପରେ ଚଢାଉ କରାଯାଇ ଯେଉଁ ବ୍ୟବସାୟୀ ମାନେ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ ଦେଉନାହାନ୍ତି ସେମାନଙ୍କୁ ତାଗିତ୍ କରାଯିବା ସହିତ ସତର୍କ କରାଇ ଦିଆଯାଇଥିଲା। ଏହି ଟିମ୍‌ରେ ତହସିଲଦାର ଦିନମଣି ନାୟକଙ୍କ ସମେତ ପୁଲିସ୍ ବିଭାଗର ଅଧିକାରୀ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ। ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢାଉ ଜାରି ରହିଥିବା ଜଣାପଡ଼ିଛି।

Comments are closed.