୪୦ କେଜି ଗଂଜେଇ ସହିତ କାର୍ ଜବତ,୨ ଗିରଫ

ଫୁଲବାଣୀ: ଗଂଜେଇ ଚାଲାଣ କରୁଥିବା ବେଳେ ଫିରିଙ୍ଗିଆ ପୁଲିସ୍ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ୨ ଜଣ। ଗିରଫମାନେ ହେଲେ କେକେରିଙ୍ଗିଆ ଗ୍ରାମର ସଂଜୁ କହଁର(୨୫) ଓ ପବିଙ୍ଗିଆ ଅଞ୍ଚଳର କୁବେର ଦିଗାଲ (୫୪)।ସେମାନଙ୍କ ଠାରୁ ୪୦ କେଜି ଗଂଜେଇ ଜବତ କରାଯିବା ସହିତ ଏକ କାର୍ ମଧ୍ୟ ଜବତ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।

ଖବର ପ୍ରକାରେ, ଏକ କାର ଗଂଜେଇ ଧରି ମେଡ଼ିକାଲ୍ ଯିବା ବାହାନାରେ ଆସୁଥିବା ବେଳେ ଫିରିଙ୍ଗିଆ ପୁଲିସ୍ ପାଟ୍ରୋଲିଂ ବେଳେ ସନ୍ଦେହରେ ଉକ୍ତ ଗାଡ଼ିକୁ ମାଝିପଡ଼ା ଘାଟିରେ ତନଖି ବେଳେ ଗଂଜେଇ ପାଇଥିଲା। ଏନେଇ ପୁଲିସ୍ କେସଂ ୪୮ା୨୧ରେ ଏକ ମାମଲା ରୁଜୁକରିବା ସହିତ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.