ଫୁଲବାଣୀରେ ଅଦିନିଆ ବର୍ଷା, ଘରେ ପସିଲା ଡ୍ରେନ୍‌ ପାଣି

ଫୁଲବାଣୀ:ଆଜି ଅପରାହ୍ଣରେ ଫୁଲବାଣୀରେ ଅଦିନିଆ ମୁଷଳଧାରାରେ ବର୍ଷା ସହରକୁ ବେହାଲ୍‌ କରିଦେଇଛି। ଏହି ଅଦିନିଆ ବର୍ଷା ଫଳରେ ସହରର ବିଭିନ୍ନ ସାହି ଗଳିରେ ପରିସ୍ଥିତି ବେହାଲ୍ ହୋଇଯାଇଥିବାର ଦେଖାଯାଇଛି। ଏପରିକି ଅନେକଙ୍କ ଘରେ ମଧ୍ୟ ଡ୍ରେନ୍ ପାଣି ପଶିଯାଇଛି। ଘଣ୍ଟାଏ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବାରୁ ସହରର ବିଭିନ୍ନ ୱାର୍ଡ଼ରେ ଡ୍ରେନ୍‌ ବର୍ଷା ପାଣିରେ ଉଛୁଳି ପଡ଼ିଥିଲା ଏବଂ ଡ୍ରେନ୍‌ର ସବୁ ଅଳିଆ ଆବର୍ଜନା ରାସ୍ତାଘାଟରେ ଜମା ହୋଇଯାଇଥିଲା।

 

ପୌର ପରିଷଦର ୫ ନମ୍ବର ୱାର୍ଡ଼ରେ ସ୍ଥିତି ଗମ୍ଭିର ହୋଇ ପଡ଼ିଥିଲା। ଉକ୍ତ ୱାର୍ଡ଼ର ଏକ ଡ୍ରେନ୍ ପାଣି କୁଆଡ଼େ ମଧ୍ୟ ଯିବା ପାଇଁ ରାସ୍ତା ନଥିବା ଫଳରେ ଅଧିକ ପାଣି ଯୋଗୁଁ ତାହା ରାସ୍ତା ଉପରକୁ ମାଡ଼ି ଆସୁଛି। ଫଳରେ ତଳିଆ ଘର ଗୁଡ଼ିକରେ ଏହି ଡ଼୍ରେନ୍ ପାଣି ମାଡ଼ିଯାଉଥିବାର ଦେଖାଯାଇଛି। ପୌର ପରିଷଦ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଶୀତଳଯୁଦ୍ଧ ଲାଗିରହିଥିବା ଯୋଗୁଁ ୫ ନମ୍ବର ୱାର୍ଡ଼ର ମାଷ୍ଟ୍ରରପଡ଼ା ସର୍କୁଲାର ରୋଡ଼ କଡ଼େ ବାସବାସ କରୁଥିବା ଅଧିବାସୀ ମାନେ ବର୍ଷ ବର୍ଷ ଧରି ଏହି ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଗତ ୨୦୧୯ ମସିହା ଠାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନଥିବା ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଏହି ୱାର୍ଡ଼ ବାସି ଏହି ସମସ୍ୟାରେ ପଡ଼ିଥାନ୍ତି।
ପ୍ରକାଶ ଯେ, ଉକ୍ତ ୱାର୍ଡ଼ରେ ଥିବା ଏକ ଡ୍ରେନ୍ ରେ ବିିଭିନ୍ନ ଅଞ୍ଚଳର ପାଣି ଯିବା ପାଇଁ ମୁଖ୍ୟ ଡ଼୍ରେନ୍ ହୋଇଥିଲେ ମଧ୍ୟ ତାହା ଡ଼୍ରେନେଜ୍ ହେବା ପାଇଁ କିନ୍ତୁ କୌଣସି ପ୍ରକାର ସୁବିଧା ନଥିବାର ଦେଖାଯାଇଛି।

Comments are closed.