ନିର୍ମାଣର ବର୍ଷେ ନପୁରୁଣୁ ବର୍ଷାରେ ଧସିଲା ଆପ୍ରୋଚ ରାସ୍ତା

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟୀ ପଂଚାୟତ ବୁରାଙ୍ଗିଆ ଗ୍ରାମପାଇଁ ନିର୍ମାଣ କରାଯାଇଥିବା ପୋଲଟିର ବିଭିନ୍ନ ସ୍ଥାନରେ ଲଗାଣବର୍ଷା ଯୋଗୁଁ କିଛି ସ୍ଥାନରୁ ପିଚୁ ଉଠିଯିବା ସହିତ ଉଭୟ ପାଶ୍ୱର୍ର ଆପ୍ରୋଚ ରୋଡ୍ ଗୁଡ଼ିକ ଧୋଇ ହୋଇ ରାସ୍ତାରେ ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ଅଞ୍ଚଳବାସୀ ମାନେ ବିପଦ ସଙ୍କୁଳ ଅବସ୍ଥାରେ ପୋଲ ଉପରେ ଯାତାୟତ କରୁଥିବା ବେଳେ ପୋଲ ଉପରେ ବିପଦକୁ ଆମନ୍ତ୍ରଣ କରିବା ଭଳି ଅଟୋ ଏବଂ ବାଇକ ଗୁଡ଼ିକ ଯାତାୟତ କରୁଛି। ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଙ୍କ ମଧ୍ୟରେ ସଲାସୁତୁରା ଯୋଗୁଁ ପୋଲଟିର ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ନିର୍ମାଣର ବର୍ଷେ ନପୁରୁଣୁ ଲଗାଣ ବର୍ଷା ହେବା ପରେ ପୋଲ ଉପରୁ ପିଚୁ ଉଠିଯିବା ସହିତ ପୋଲ ପାଇଁ ଭଲ ଭାବରେ ଗାର୍ଡୱାଲ୍ ନିର୍ମାଣ କରାଯାଇନାହିଁ। ଯାହା ଫଳରେ ବର୍ଷାରେ ଉଭୟ ପାଶ୍ୱର ମାଟି ଧୋଇହୋଇଯାଉଛି। ଗତ୩ଦିନ ତଳେ ଅଂଚଳରେ ବର୍ଷା ଲାଗିରହିଥିବା ବେଳେ ପୋଲର ଏହିଭଳି ଅବସ୍ଥା ହୋଇଥିବା ବେଳେ ସେହି ରାସ୍ତା ଦେଇ ରଗ୍ରାମବାସୀ ମାନେ ଦୈନନ୍ଦିନ କାର୍ଯ୍ୟପାଇଁ ଦାରିଙ୍ଗବାଡ଼ି, କ.ନୂଆଗାଁ, ବାଲିଗୁଡ଼ା ଓ ଫୁଲବାଣୀ ସେହି ରାସ୍ତାରେ ବିପଦ ସଙ୍କୁଳ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ସୂଚନା ପ୍ରକାରେ ବୁରାଙ୍ଗିଆ ଗ୍ରାମବାସୀ ମାନେ ଗାଁ କୁ ରାସ୍ତା ନଥିବାରୁ ଖଡ଼ଗ ନଦୀର ଉଭୟ ପାଶ୍ୱର୍ରେ ଥିବା ୨ଟି ଗଛରେ ବିଦ୍ୟୁତ ତାରବାନ୍ଦି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଥିଲେ। ଏହିଭଳି ଭାବେ ଗ୍ରାମବାସୀ ମାନେ ତାର ଉପରେ ଯିବା ଆସିବା କରୁଥିଲେ। ତେବେ ୨୦୧୪ ମସିହାରେଗ୍ରାମବାସୀଙ୍କ ବୁଧର ଦାବି ପରେ ନଦୀ ଉପରେ ଖଡ଼ଗ ନଦୀ ରେ ପୋଲ ଓ ୩କିଲୋମିଟର ଦୂରତା ରାସ୍ତା ନିର୍ମାଣ ପାଇଁ ୨୪୬.୧୭ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପୋଲ ନିର୍ମାଣ ପାଇଁ ଜୁଲାଇ ୪ତାରିଖ ୨୦୧୪ ରେ ପୋଲକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା କାର୍ଯ୍ୟର ଅବଧି୨୦୧୫ ଅକ୍ଟୋବର ୩ ତାରିଖ ସୁଦ୍ଧା ସରିବା କଥା। କିନ୍ତୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୁ ଚନ୍ଦ୍ରିକା ଯୋଗୁଁ ଠିକାଦାର ଜଣକ କାର୍ଯ୍ୟରେ ବହୁ ବିଳମ୍ବ କରିଥିଲେ। ଯାହାପଳରେ ବିପଦସଙ୍କୁଳ ଅବସ୍ଥାରେ ତାର ଉପରେ ଯାଉଥିବା ବେଳେ ବୁରାଙ୍ଗିଆଗ୍ରାମର ର ୬ଜଣ ମହିଳା ବିଳାସିନୀ ପ୍ରଧାନ,ସେରେନ୍ଦ୍ରି ଅମାୟ.ତିଳୋତମା ବିନ୍ଧାଣୀ,ଶ୍ରୀମତୀ ଅମାୟ.ସରସ୍ୱତୀ ଅମାୟତ ଓ ପାର୍ବତୀ ଅମାୟତ ବନ୍ଧା ଯାଇଥିବା ତାର ଉପରେ ଯାଉଥିବା ବେଳେ ତାର ଟି ଛିଡ଼ି ଯିବାରୁ ଖଡ଼ଗନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିଲେ ଏହି ସମୟରେ ୩ଜଣ ଯୁବକ ସୁରଥ ମଳିକ,ରମେଶ ପ୍ରଧାନ ଓ ବସନ୍ତ ଅମାୟତ ସାହସ ଜୁଟାଇ ନଦୀ ଭିତରକୁ ଲମ୍ଫ ମାରି ମହିଲାମାନଙ୍କ ଜୀବନକୁ ବଂଚାଇଥିଲେ।ଗ୍ରାମବାସୀ ମାନେ ଏନେଇ ୨୦୧୮ ମାର୍ଚ୍ଚ ମାସ ୨୩ତାରିଖରେ ଆନ୍ଦୋଳନ କରିବାକୁ ମଧ୍ୟ ସଜବାଜ ହୋଇଥିଲେ। ତେବେ ସେହି ସମୟରେ ପ୍ରଶାସନ ୭ଦିନ ମଧ୍ୟରେ କାମ ଆରମ୍ଭ ହୋଇ ପୋଲ ନିର୍ମାଣ ଶେଷ ହେବ ବେଲି କହିବାରୁ ଆନ୍ଦୋଳନ ବନ୍ଦ ରହିଥିଲ। ତେବେ ବହୁ କଷ୍ଟରେ ଗତ ବର୍ଷ ପୋଲ କାର୍ଯ୍ୟ ଶେଷ ହୋଇଥିବାରୁ ପୋଲ ଦେଇ ଯାତାୟତ ଆରମ୍ଭ ହୋଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ନିର୍ମାଣର ବର୍ଷେ ନହେଉଣୁ ପୋଲର ଏଭଳି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛିାତେଣୁ ଯଥାଶୀଘ୍ର ପୋଲର ମରାମତି କରିବା ପାଇଁ ଗ୍ରାମର ରୀତା ପଟ୍ଟନାୟକ, ଝୁନୁ ପୂଜାରୀ, ନମିତା ଦଳବେହେରା, କୁଳମଣି ବିଷୋୟୀ, ଗଜେନ୍ଦ୍ର ବିଷୋୟୀ ବୃନ୍ଦାବନ ସାହୁ ପ୍ରମୁଖ ଦାବି କରିଛନ୍ତି।

Comments are closed.