ଲଗାଣ ବର୍ଷା, ଘରେ ପଶିଲା ପୋଖରୀ ପାଣି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ଗତ ଦୁଇ ଦିନ ହେଲା ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଲକ୍ଷ୍ମୀ ବଜାର ପୋଖରୀ ଜଳାର୍ଣବ ହେବା ସହ ପୋଖରୀ ନିକଟରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଥିଲା। ଏଥି ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ କିଛି ଲୋକଙ୍କ କଚା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର ଏବଂ ସରପଞ୍ଚ ଗୀତାଞ୍ଜଳି ନାୟକ ଉପସ୍ଥିତ ରହି ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଜଳ ନିଷ୍କାସନ ବ୍ୟବସ୍ଥା କରାଇଥିଲେ। ଏହି ସ୍ଥାନରେ ଡ୍ରେନ ବ୍ୟବସ୍ଥା ଥିଲେ ମଧ୍ୟ ଗୋଟିଏ ପଟେ ଡ୍ରେନ ଉପରେ ଜବରଦଖଲ ଯୋଗୁଁ ଡ୍ରେନ ପୋତି ହୋଇଯାଉଛି ଅନ୍ୟ ପକ୍ଷରେ ପୋତି ହୋଇଥିବା ଡ୍ରେନ ପୁନରୁଦ୍ଧାର କରାଯାଉନଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜୁଛି।

Comments are closed.