ଧୋଇଗଲା ଅସ୍ଥାୟୀ ପୋଲ, ରାଇକିଆ-ଦାରିଙ୍ଗିବାଡି ଯାନବାହାନ ଚଳାଚଳ ବନ୍ଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମୁରୁଡ଼ି କୁପୁଡ଼ା ଠାରେ ଦାରିଙ୍ଗିବାଡି- ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନରେ ଧୋଇ ଯିବା ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି। ଗତ ୨୦୧୮ ତିତିଲି ବାତ୍ୟାରେ ଏଠାରେ ଥିବା ସ୍ଥାୟୀ ପୋଲଟି ଧୋଇ ଯାଇଥିଲା। ସେବେଠାରୁ ଅସ୍ଥାୟୀ ଭାବେ ରାସ୍ତା ପାଖରେ ମାଟି ପକା ଯାଈ ଡ଼ାଇଭରସନ୍ ନିର୍ମାଣ କରାଯାଇ ଯାନବାହାନ ଚଳାଚଳ କରିଥିଲା। ଇତି ମଧ୍ୟରେ ଚାରିବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପୋଲ ନିର୍ମାଣ କରାଯାଇ ନଥିଲା। ଫଳ ସ୍ୱରୂପ ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଡ଼ାଇଭରସନ୍ ଧୋଇ ହୋଇ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଛି। ପ୍ରତ୍ୟେକ ବର୍ଷ ଏହିପରି ଡ଼ାଇଭରସନ୍ ଧୋଇ ହୋଇ ଯାଉଥିଲେ ମଧ୍ୟ କେବଳ ମାଟି ପକାଇ ଅସ୍ଥାୟୀ ଭାବେ ଯାନବାହନ ଚଳାଚଳ ହେଉଛି।

Comments are closed.