ଟ୍ରେଜେରି କର୍ମଚାରୀଙ୍କୁ ୩ ବର୍ଷ ଜେଲ ଓ ଜୋରିମାନା

ଫୁଲବାଣୀ: ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜର୍ଜ ପୂର୍ବତନ ବୌଦ୍ଧ ଜିଲା ଟ୍ରେଜେରି ଏକାଉଣ୍ଟାଣ୍ଟ ଓ ବର୍ତ୍ତମାନର ବାଲିଗୁଡ଼ା ସବ୍‍ ଟ୍ରେଜେରି ଅଫିସରେ କାର୍ଯ୍ୟରତ ନାରାୟଣ ମଲ୍ଲିକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକା ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ଆଦେଶ ଦେଇଛନ୍ତି।

ସୂଚନା ପ୍ରକାରେ, ଶ୍ରୀ ମଲିକ ବୌଦ୍ଧ ଟ୍ରେଜେରି କାର୍ଯ୍ୟାଳୟରେ ଥିବା ବେଳେ ଜଣେ କର୍ମଚାରୀଙ୍କ ଅନୟୁଟିଲାଇଜିଡ଼୍‍ ଦରମା ବିଲ୍‍ କରିବା ପାଇଁ ଲାଞ୍ଚଦାବି କରି ଗତ ୧୯.୧୦.୨୦୧୯ ତାରିଖରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିବା ସହିତ ଭିଜିଲାନ୍ସ କର୍ମଚାରୀମାନେ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କେସ ନଂ ୨୮ା୧୯ରେ ଏକ ମାମଲା ରୁଜୁ କରିଥିବା ବେଳେ ଗୁରୁବାର ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଥିବା ବେଳେ ସରକାରୀଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ପିପି ଭି.ଭି.ରାମଦାସ ମାମଲା ପରିଚାଳନା କରୁଥିଲେ।

Comments are closed.