କ୍ଷମତାପ୍ରାପ୍ତ ଜିଲାପାଳଙ୍କ ଉଦ୍ୟମ ଯୋଗୁଁ ୨୦୦ ଜଣ ନେଲେ ଟିକା

ଫୁଲବାଣୀ: କ୍ଷମତାପ୍ରାପ୍ତ ଜିଲାପାଳ ତଥା ସରପଂଚଙ୍କ ନିଜସ୍ୱ ଉଦ୍ୟମ ଯୋଗୁଁ ପ୍ରବଳ ବର୍ଷା ଓ ପବନ ସତ୍ୱେ ମଧ୍ୟ ନିଜ ପଂଚାୟତର ପ୍ରାୟ ୨୦୦ରୁ ଉର୍ଦ୍ଧ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଆଜି ଟିକାନେବା ସଫଳ ହୋଇ ପାରିଛି। କ୍ଷମତାପ୍ରାପ୍ତ ଜିଲାପାଳଙ୍କ ଏଭଳି କାର୍ଯ୍ୟ ଓ ସହଯୋଗ ପାଇଁ କନ୍ଧମାଳ ଜିଲାପାଳ ସାଧୁବାଦ ଜଣାଇବା ସହିତ ପଂଚାୟତବାସୀ ମଧ୍ୟ ସରପଂଚଙ୍କ ଏଭଳି କାର୍ଯକୁ ଭୂୟଂଶୀ ପ୍ରଶସା କରିଛନ୍ତି।

ପ୍ରକାଶ ଯେ, କରୋନାର ଦ୍ୱିତିୟ ଲହର ଏକ ପ୍ରକାର ସମସ୍ତଙ୍କୁ ଆତଙ୍କିତ କରି ରଖିଥିବା ବେଳେ ଟୀକାକରଣ ହିଁ ଏହା ବିରୋଧରେ ଏକ ଅମୋଘ ଅସ୍ଥ୍ର ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଟୀକାକରଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। କନ୍ଧମାଳ ଜିଲାରେ ଇତି ମଧ୍ୟରେ ଏକ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକା ଦିଆଯାଇ ସାରିଥିବା ବେଳେ ଏବେ ଜିଲାର ୧୪ଟି ଟୀକାକରଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଜାରୀ ରହିଛି। ଏ ଦିଗରେ ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ଟୀକା ଗ୍ରହଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ଜନ ପ୍ରତିନିଧି ମାନଙ୍କ ତରଫରୁ ସହଯୋଗର ହାତ ବଢା ଯାଇଥିବା ଲକ୍ଷ୍ୟ କରାଯାଇଛି। ଚକାପାଦ ବ୍ଲକ ଆରାବକା ପଂଚାୟତର ସରପଂଚ ନାରାୟଣ ପ୍ରଧାନ ଟୀକାକରଣ ପାଇଁ ଲୋକଙ୍କୁ ସାହାଯ୍ୟ କରି ଏକ ଉ୍‍ଦାହରଣ ସୃଷ୍ଟି କରିଛନ୍ତି। ବୁଧବାର ଆରବାକା ଗ୍ରାମ ପଂଚାୟତ ପାଇଁ କାମେରିକିଆଠାରେ ଟୀକାକରଣ ଚାଲିଥିଲେ ବି ପ୍ରବଳ ବର୍ଷା ଏଥିରେ ବାଧା ସୃଷ୍ଟି କରିଥିଲା। ଲୋକେ ଟୀକାକରଣ କେନ୍ଦ୍ରରେ ପହଂଚି ପାରି ନ ଥିଲେ। ତେବେ ସରପଂଚ ଶ୍ରୀ ପ୍ରଧାନ ଲୋକଙ୍କୁ ଟୀକା ଦେବା ପାଇଁ ବୁଝାଇବା ସହ ନିଜ ଗାଡିରେ ବସାଇ ଟୀକାକରଣ କେନ୍ଦ୍ରରେ ପହଂଚାଇ ଥିଲେ। ତେଣୁ ବର୍ଷା ସତ୍ୱେ ୨ ଶହରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକା ଦିଆ ଯାଇ ପାରିଥିଲା। ସରପଂଚଙ୍କ ଏଭଳି କାର୍ଯ୍ୟକୁ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ପ୍ରଶଂସା କରିବା ସହ ଏହା ଅନ୍ୟ ଜନ ପ୍ରତିନିଧିମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।

Comments are closed.