ଭୋକ ଉପାସ ଓ ବିନା ଅସ୍ତ୍ରରେ ଚାଲିଛି କରୋନା ସହିତ ଲଢେଇ

ଫୁଲବାଣୀ : କେମିତି ଚାଲିଛି କନ୍ଧମାଳ ଜିଲାରେ କରୋନା ସହିତ ଲଢେଇା ତାହାର ସ୍ଥିତି ପରକ୍ଷିବା ପାଇଁ  ଶନିବାର ‘ସମାଜ’ ପ୍ରତିନିଧି  ବୁଲିଥିଲୁ କିଛି ଅଂଚଳ । ଯେଉଁଥିରେ କରୋନାକୁ ପ୍ରତହତ କରିବା ପାଇଁ ସାମିଲ୍‍ ହୋଇଥିବା ଆଗଧାଡ଼ିରେ ଯୋଦ୍ଧା ମାନେ କିଏ ଭୋକ ଉପାସରେ କରୋନା ସହିତ ଲଢେଇ କରୁଛନ୍ତି ତ ପୁଣି କିଏ ବିନା ଅସ୍ତ୍ରରେ କରୁଥିବା ଚ୍ଚିତ୍ର ଦେଖିବାକୁ ମିଳିଥିଲା ।

କନ୍ଧମାଳ ଜିଲାରେ ଶନିବାର ଠାରୁ ଆରମ୍ଭ ହୋଇଛି ୪ଦିନିଆ ସଟ୍‍ଡ଼ାଉ ନ୍‍। ଏହି ଦିନ ମାନଙ୍କରେ ପ୍ରଶାସନ ପକ୍ଷରୁ ଚିହ୍ନଟ  ହୋଇଥିବା ସହରାଞ୍ଜଳ ଗୁଡ଼ିକରେ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟ ସେର୍ଭ। ସାମିଲ୍‍ ଥିବା ଆଶା କର୍ମୀ , ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀ ସାମିଲ୍‍ ହୋଇଛନ୍ତି ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚରେ । ଏହି ଯାଞ୍ଚବେଳେ କିଏ ଏହି କର୍ମଚାରୀ ମାନଙ୍କୁ ସ୍ୱାଗତ କରୁଛନ୍ତି ପୁଣି କିଏ ଛେଛପରା ମଧ୍ୟ କରିବାକୁ ପଛାଉ ନାହାନ୍ତି । ତଥାପି ନିଜର ଦାୟିତ୍ୱ ତୁଲାଇବାକୁ ଯାଇ ସବୁ ପ୍ରକାର ସହ୍ୟ କରି ଏହି କର୍ମଚାରୀ ମାନେ ଦିନ ରାତି ଏକ କରି ସାମିଲ୍‍ ହୋଇଛନ୍ତି ତାଙ୍କ ଦାୟିତ୍ୱ ତୁଲାଇବା ପାଇଁ । ଏହି ୪ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାର ଜିଲାର ଜି.ଉଦୟଗିରି, ଫିରିଙ୍ଗିଆ, କେ ନୁଆଗାଁ, ତୁମୁଡିବନ୍ଧ, ଦାରିଙ୍ଗବାଡି, ଶଙ୍କରାଖୋଲ, ଚକାପାଦ ଓ ଖଜୁରୁପଡା ଆଦି ବ୍ଲକ ସଦର ମହକୁମା ଅଂଚଳରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଂଚ କରାଯିବା ସହ କୋଭିଡ୍‍ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏଥିପାଇଁ ୧୫୦ ଜଣ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ୫୩ଟି ଟିମ୍‍ ଗଠନ କରାଯାଇଛି । ଏହି ଟିମ୍‍ ଏହି ୮ ସହରାଂଚଳର ପ୍ରାୟ ୪୧ ହଜାର ୯୪୮ ଜଣଙ୍କର ଥର୍ମାଲ ସ୍ରିନିଂ କରାଯିବ। ତେବେ ଆଜି ଆରମ୍ଭ ହୋଇଥିବା ଏହି ସ୍କ୍ରିନିଂ ବେଳେ ଫିରିଙ୍ଗିଆ ସଦର ମହକୁମାରେ ୩୬୭୭ ଜଣଙ୍କ ଟାର୍ଗେଟ ରଖାଯାଇ ଆରମ୍ଭ ହୋଇଛି। ଏଥି ପାଇଁ ୫ଟି ଟିମ୍‍ ମଧ୍ୟ ଗଠନ କରାଯାଛି। ଦାୟିତ୍ୱ ତୁଲାଇବାକୁ ଯାଇ ନିୟୋଜିତ ହୋଇଥିବା କର୍ମୀମାନେ ଭୋକ ପେଟରେ ଘରକୁ ଘର ବୁଲି ତାଙ୍କର ଦାୟିତ୍ୱ ତୁଲାଉଛନ୍ତି। ଏପରିକ ଡ଼ିହି ଖରାରେ ବୁଲୁଥିଲେ ମଧ୍ୟ ବିଭାଗ ପକ୍ଷରୁ ପାଟି ଟୋପାଏ ମଧ୍ୟ ଦିଆଯାଉନାହିଁ। ଏପରିକି ଗତ ଦିନରେ ଫୁଲବାଣୀ ଠାରେ ହୋଇଥିବା ସ୍କ୍ରିନ୍‍ ବେଳେ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ତେବେ ଏହି ସମୟରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ କିନ୍ତୁ ସୁରକ୍ଷା ପାଇଁ କିଟ୍‍ ପ୍ରଦାନ କରାଯାଇଥିବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଆଜି ଦାରିଙ୍ଗବାଡ଼ି ବ୍ଳକର ସଦରମହକୁମାରେ ମଧ୍ୟ ଆରମ୍ଭ ହୋଇଛି ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସର୍ଭେ। ଏଥିରେ ମଧ୍ୟ ନିୟୋଜିତ ହୋଇଛନ୍ତି ସ୍ୱାସ୍ଥ୍ୟ କର୍ମୀମାନେ। କିନ୍ତୁ କେବଳ ହାତରେ ଗ୍ଳୋବସ୍‍ ସହିତ ମୁହଁରେ ମାକ୍ସ ଓ ଫେସ୍‍ ମାକ୍ସ ଦିଆଯାଇ କର୍ମଚାରୀ ମାନଙ୍କୁ ଛଡ଼ାଯାଇଛି ଯୁଦ୍ଦ କ୍ଷେତ୍ରକୁ। ଯାହାକୁ ଅତ୍ୟନ୍ତ ଚିନ୍ତାର ବିଷୟ। ନିୟୋଜିତ ଥିବା କର୍ମୀ ମାନଙ୍କୁ ପ୍ରଦାନ କରାଯାଇ ନାହିଁ କୌଣସି ପ୍ରକାର ପି.ପି.ଇ କିଟ୍‍। ସେହିଭଳି କ.ନୂଆଗାଁରେ ମଧ୍ୟ ନିୟୋଜିତ କର୍ମୀ ମାନଙ୍କୁ ଦିଆଯାଇ ନାହିଁ ପି.ପି.ଇ କିଯ୍‍। ନିଜକୁ ସଂପୂର୍ଣ୍ଣ ଅସୁରକ୍ଷିତ ଭାବେ ମଧ୍ୟ ସେମାନେ ସେମାନଙ୍କର ଦାୟିତ୍ୱ ତୁଲାଉଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ କର୍ମୀ ମାନଙ୍କର ସୁରକ୍ଷା ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି ବୋଲି ବିିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଏ ଦିଗରେ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟିଦେଇ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି।

Comments are closed.