ମା’ ରୁଦ୍ରକାଳୀ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ

ଫୁଲବାଣୀ: କନ୍ଧମାଳଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରି ପଂଚାୟତ ବୃଡିପାଡାଠାରେ ମାରୁଦ୍ରକାଳୀଙ୍କ ନିର୍ମାଣଧିନ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ନିଜ ଗ୍ରାମ ହୋଇଥିବା ବେଳେ ତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଇନ୍ଦ୍ର ଇନ୍ଦ୍ରାଣୀ ବାହାଘର ସହିତ ରତ୍ନମୁଦ ସ୍ଥାପନ ଅନୁଷ୍ଠିତ ହୋଇଥିଲ। ଗ୍ରାମର ଡୁଣ୍ଡେରା ମଳିକ ପୂଜା କର୍ତ୍ତା ଭାବେ ଦାୟିତ ସମ୍ପାଦନ କରିଥିବ। ବେଳେ ପଣ୍ଡିତ ଦସମୂଳ ମିଶ୍ର ପୂଜକ ଭାବରେ କାର୍ଯ୍ୟ ସମ୍ପାଦନା କରିଥିଲେ। ଗୋଛାପଡ଼ା ଥାନା ଅଧିନରେ ଥିବା ପ୍ରାୟ ୧୨ଟି ପଂଚାୟତର ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗ ଦେଇଥିଲେ। କତ୍ତର୍ତନ ଓ ପାରମ୍ପରିକ ବାଜାବାଦ୍ୟ, ଘଂଟ ସଂଙ୍ଖ ଆଦିରେ ପୂଜାସ୍ଥଳ କମ୍ପିଉଠିଥିଲ। ଏହି କାର୍ଯ୍ୟକ୍ରମରେ ମା’ ରୁଦ୍ରକାଳୀ ପୂଜାକମିଟି ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Comments are closed.