‘ସମାଜ’ ପକ୍ଷରୁ ଗରିବ ଅସହାୟଙ୍କୁ ଛତା ପ୍ରଦାନ

ଫୁଲବାଣୀ: ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟ ତୀଥି ଅବସରରେ ସମାଜ ପକ୍ଷରୁ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ସେବା ସପ୍ତାହ ଅବସରରେ ୩ ତାରିଖ ରବିବାର ଅପରାହ୍ନ ୫ଟାରେ ଫୁଲବାଣୀ ସହରର ନୁଆସାହି ଛକ ସ୍ଥିତ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ କିଛି ଗରିବ ଅସହାୟ ଲୋକଙ୍କୁ ସମାଜ ଓ ପ୍ରେସ କ୍ଲବ ପକ୍ଷରୁ ବର୍ଷାଦିନ ଯୋଗୁଁ ଛତା ପ୍ରଦାନ କରାଯାଇଥିଲା।

ଏଥିରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମାଜ ଜିଲ୍ଲା ପ୍ରତିନିଧି ଅଶୋକ ମହାନ୍ତି, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ, ରାଧାମୋହନ ମହାପାତ୍ର, ଅଚ୍ୟୁତ ସେଠି, ଟିମ ହୁମାନୀଟି ରପ୍ରଶାନ୍ତ ପାଣିଗ୍ରାହୀ, ଅନୁପ ବିକ୍ରମ ପାତ୍ର ,ସାଇରାମ ପାତ୍ର, ଗୌର ଚନ୍ଦ୍ର ସାହୁ, ସୁଧୀର ମହାରଣା ପ୍ରମୁଖ ଉପସ୍ଥିତ ରହି ଛତା ବଣ୍ଟନ କରିଥିଲେ। ବର୍ଷା ଦିନରେ ଛତା ସେମାନଙ୍କୁ ଯିବା ଆସିବାରେ ବହୁତ ସାହାଯ୍ୟ କରିବ ବୋଲି କହିବା ସହ ଛତାଟିଏ ପାଇଵା ପରେ ସେମାନଙ୍କ ମୁହଁରେ ହସ ବେଶ ବାରି ହୋଇପଡୁଥିଲା ଆଉ ସମାଜ ସଂସ୍ଥା ସହ ଜିଲ୍ଲା ପ୍ରେସ କ୍ଲବର ଉଜ୍ଵଳ ଭବିଷ୍ୟତ କାମନା କରିବା ସହ ଏଭଳି କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ।

ଏହି ସେବା ସପ୍ତାହର ପଞ୍ଚମ ଦିନରେ ଜିଲ୍ଲା ଶିଳ୍ପ ଅନୁଷ୍ଠାନ ପରିସରରେ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋପବନ୍ଧୁଙ୍କ ବିଷୟରେ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଇଟିଆଇ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସ୍ୱାତୀ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, ଆଇଟିଆଇ ଅଧ୍ୟକ୍ଷ, ପ୍ରକାଶ ଚନ୍ଦ୍ର ସେଠି, ସମାଜ ଜିଲ୍ଲା ପ୍ରତିନିଧି ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାଲାଗି ପରାମର୍ଶ ଦେବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଆଇଟିଆଇର ଇନଷ୍ଟ୍ରକଟର ସତ୍ୟବ୍ରତ ପାଣିଗ୍ରାହୀ, ଗୌରବ ଚନ୍ଦ୍ର ମହାପାତ୍ର ଓ ପ୍ରଶାନ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Comments are closed.