ଓଡ଼ିଶା ଡ଼୍ରାଇଭର ଚାଳକ ସଂଘର ଶପଥ ପାଠ କାର୍ଯ୍ୟକ୍ରମ

ଫୁଲବାଣୀ: ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦଡ଼କି ହାଇସ୍କୁଲ ପଡ଼ିଆ ଠାରେ ଆଜି ଓଡ଼ିଶା ଡ଼୍ରାଇଭର ଚାଳକ ସଂଘ
ଫୁଲବାଣୀ ଶାଖାର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଡ଼କି ଅନ୍ତର୍ଗତ ପ୍ରାୟ ୪୦ ଜଣ ଗାଡ଼ି ଚାଳକ ମାନେ ଯୋଗଦେଇଥିବା ବେଳେ ଏହି ଅବସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲା ଉପସଭାପତି ମାନସ ସାମଲ୍‍ , ଉପଦେଷ୍ଟା ମିଲନ ନାୟକ ଓ ଫୁଲବାଣୀ ବ୍ଲକ ଆଡ଼ମିନ୍‍ ସନ୍ତୋଷ ନାୟକ ପ୍ରମୁଖ ଯୋଗଦେଇ ଓଡ଼ିଶା ଡ଼୍ରାଇଭର ଚାଳକ ସଂଘର ଆଭିମୁଖ୍ୟ ଓ ନୀତି ନିୟମ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କର୍ମକର୍ତ୍ତା ମାନେ ଯୋଗଦେଇଥିବା ଗାଡ଼ି ଚାଳକ ମାନଙ୍କୁ ମଦ୍ୟପାନ କରି ଗାଡ଼ି ନଚଳାଇବା ସହିତ ସଂଘର ପୋଷାକ ପିନ୍ଧ ଗାଡ଼ି ଚଳାଇବା ଭଳି ବିିଭିନ୍ନ ଦିଗ ଉପରେ ଶପଥ ପାଠ କରାଇଥିଲେ। ବିଶେଷ କରି ନିଶା ସେବନ କରି ଗାଡ଼ ନଚଳାଇବା ପାଇଁ ଚାଳକ ମାନେ ବଜ୍ର ଶପଥ ନେଇଥିଲେ।

Comments are closed.