ବାପା ବିକ୍ରି କଲେ ୮ ଦିନର ନବଜାତ ଶିଶୁ, ଉଦ୍ଧାର କଲା ଚାଇଲ୍ଡ ଲାଇନ

ଫୁଲବାଣୀ: ଆଠ ଦିନର ଶିଶୁକୁ ତା ବାପା ଅନ୍ୟ ଜଣକୁ ବିକ୍ରି କରିଦେଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ କନ୍ଧମାଳ ଚାଇଲ୍ଡ ଲାଇନ୍ ଶିଶୁଟିକୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏନେଇ ଖଜୁରିପଡା ଥାନାରେ ଅଭିଯୋଗ ହୋଇଥିବା ପ୍ରକାଶ। ତେବେ ଏନେଇ କୌଣସି ପ୍ରକାର ମାମଲା ରୁଜୁହୋଇ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଖଜୁରିପଡା ଥାନା ଅନ୍ତର୍ଗତ ବଲସକୁମ୍ପା ପଂଚାୟତର ବୁଡୁପଡା ଗ୍ରାମର ଜଗଦୀଶ ଦିଗାଲଙ୍କର ପ୍ରମୋଦିନୀଙ୍କ ସହ ୧୦ ବର୍ଷ ତଳେ ଦ୍ୱିତୀୟ ବିବାହ ହୋଇଥିଲା। ତାଙ୍କର ୯ ବର୍ଷର ଗୋଟେ ପୁତ୍ର ସନ୍ତାନ ଥିବା ବେଳେ ଗତ ୮ ଦିନ ତଳେ ଆଉ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ପ୍ରମୋଦିନୀଙ୍କର ସାମାନ୍ୟ ମାନସିକ ବିକୃତ ବୋଲି ଗ୍ରାମବାସୀ ଓ ତାଙ୍କ ସ୍ୱାମୀ ମଧ୍ୟ ପ୍ରକାଶ କରିଛନ୍ତି। ୨ ତାରିଖ ଦିନ ପରିବାରର ସମସ୍ତେ ଖାଇ ପିଇ ଶୋଇଥିବା ବେଳେ ପ୍ରମୋଦିନୀ ରାତ୍ରରେ କୁଆଡେ ଚାଲି ଯାଇଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପ୍ରମୋଦିନିଙ୍କ କୌଣସି ପ୍ରକାର ସୁରାଗ ମିଳିନାହିଁ। ସକାଳେ ଶିଶୁଟିର କାନ୍ଦ ଶୁଣି ଜଗଦୀଶ ଉଠି ପ୍ରମୋଦିନୀ ନଥିବା ଦେଖି ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଏହା ଶୁଣି ତାଙ୍କର ଜଣେ ସମ୍ପର୍କୀୟ ଆସି ଉକ୍ତ ଶିଶୁଟିକୁ ଫୁଲବାଣୀ ଚିତ୍ରକୁଟ ସାହିରେ ରହୁଥିବା ଏକ ନିଶନ୍ତାନ ଦମ୍ପତିଙ୍କୁ ଦେଇ ଦେବାକୁ କହିଥିଲେ। ତାଙ୍କ କଥାରେ ଜଗଦୀଶ ଶିଶୁଟିକୁ ଉକ୍ତ ଦମ୍ପତିଙ୍କୁ କୁଆଡେ ୨ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ ବୋଲି କେତେକ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଚାଇଲ୍ଡଲାଇନ ଅଭିଯୋଗ ପାଇବା ପରେ ଡିସିପିଓ ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ। ଡିସିପିଓଙ୍କ ନିର୍ଦ୍ଦେଶରେ ପୁଲିସ ଉପସ୍ଥିତିରେ ଚାଇଲ୍ଡ ଲାଇନ୍ ଶିଶୁକୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତର୍ି କରିଥିବା ଚାଇଲ୍ଟଲାଇନ ଇନଚାର୍ଜ ପ୍ରଭାସ ନାୟକ ସୂଚନା ଦେଇଛନ୍ତି । ଶିଶୁଟି ବର୍ତମାନ ଏସଏନସିୟୁରେ ଚିକିତ୍ସିତ ହେଉଥିବା ସେ କହିଛନ୍ତି। ଏନେଇ ଖଜୁରିପଡା ଥାନାରେ ଅଭିଯୋଗ ହୋଇ ଥିବା ନେଇ ସେ କହିଛନ୍ତି। ତେବେ ଚାଇଲ୍ଡଲାଇନ ମୌଖିକ ଭାବେ ଅଭିଯୋଗ କରିବାରୁ ଶିଶୁକୁ ଉଦ୍ଧାର କରିବାକୁ ପୁଲିସ୍ ଯାଇଥିଲା ବୋଲି ଥାନାଧିକାରୀ ରମାକାନ୍ତ ପାତ୍ର କହିଛନ୍ତି। କିନ୍ତୁ ବର୍ତମାନ ସୁଦ୍ଧା ଥାନାରେ କିଛି ଲିଖିତ ଅଭିଯୋଗ ହୋଇନଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଜଗଦିସ୍ ଦିଗାଲଙ୍କର ୨ଟି ସ୍ତ୍ରୀ। ପ୍ରଥମ ସ୍ତ୍ରୀଙ୍କର ଦେହାନ୍ତ ହୋଇଯାଇଥିଲେ ମଧ୍ୟ ତାଙ୍କର ୪ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସମସ୍ତେ ବିବାହ କରି ଅନ୍ୟତ୍ର ରହୁଛନ୍ତି। ଏଭଳି ସ୍ଥଳେ ଜଗଦିଶ୍ ଗତ ୧୦ ବର୍ଷ ତଳେ ବୌଦ୍ଧ ଜିଲା ଅନ୍ତର୍ଗତ ଦୋହ୍ୟା ଗ୍ରାମର ଜନୈକ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ମଧ୍ୟ ଗୋଟିଏ ୯ ବର୍ଷର ପୁଅ ଅଛି ଓ ଗତ ୮ ଦିନ ତଳେ ଉକ୍ତ ନବଜାତ ପୁତ୍ର ସନ୍ତାନ ଜନ୍ମଲାଭ କରିଥିଲେ। ଦ୍ୱିତୀୟ ସ୍ତ୍ରୀ ସାମାନ୍ୟ ମାନସିକ ବିକୃତ ଓ ଜଗଦିଶ ବର୍ତ୍ତମାନ ବୃଦ୍ଧାବସ୍ଥା ହୋଇଯାଇଥିବାରୁ ଜନ୍ମ ହୋଇଥିବା ନବଜାତ ଶିଶୁକୁ ପୋଷିବା ଅସମ୍ଭବ ଯୋଗୁଁ ତାଙ୍କ ସଂପର୍କିୟ ବ୍ୟକ୍ତିକୁ ଶିଶୁ ପୁତ୍ରକୁୁ ଦେଇଦେଇଥିବା ଜଗଦିଶ୍ ଦିଗାଲ ପ୍ରକାଶ କରିଥିବା ବେଳେ ସେ କୌଣସି ପ୍ରକାର ତାଙ୍କ ଶିଶୁକୁ ବିକ୍ରି କରିନଥିଲେ ବୋଲି ପଚାରିବାରେ ପ୍ରକାଶ କରିଛନ୍ତି।

Comments are closed.