କନ୍ଧମାଳରେ ସେବା ଓ ସେବକ ସପ୍ତାହର ୪ର୍ଥ ଦିନ, ୫ଟି ବିଦ୍ୟାଳୟରେ ପ୍ରତିଯୋଗିତା ଅନୁଷ୍ଠିତ

ଫୁଲବାଣୀ: ଉତ୍କଳମଣି ଗୋପବନ୍ଧୁଙ୍କ ପୂଣ୍ୟତିଥି ଅବସରରେ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଚାଲିଥିବା ସେବା ଓ ସେବକ ସପ୍ତାହର ତୃତୀୟ ଦିନରେ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ପୋଲିସ୍‍ ହାଇସ୍କୁଲ, ଏଜେଓ ହାଇସ୍କୁଲ, ସତ୍ୟସାଇ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ବାଳିକା ହାଇସ୍କୁଲମାନଙ୍କରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଏଥିରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ପ୍ରମାଣପତ୍ର ଓ ଗୋପବନ୍ଧୁଙ୍କ ଜୀବନ ଉପରେ ଗୋଟିଏ ଗୋଟିଏ ପୁସ୍ତକ ପ୍ରଦାନ କରଯାଇଛି। ଦୈନିକ ଖବର କାଗଜ ସମାଜ ଓ ସ୍ୱେଚ୍ଚାସେବୀ ସଂଗଠନ ସ୍ୱାତୀର ମିଳିତ ସହଯୋଗର ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ପୋଲିସ୍‍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଶଙ୍କର ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୌମ୍ୟ ରଂଜନ ଗଣ୍ଡା ଦ୍ୱିତୀୟ ବିଶ୍ୱଜିତ୍‍ ସାମନ୍ତରା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ବିଚାରକ ଭାବେ ଶିକ୍ଷକ ଗୌର ଶଙ୍କର ମହାପାତ୍ର , ସନ୍ତୋଷ କୁମାର ମିଶ୍ର ଓ ରାଜ କିଶୋର ସ୍ୱାଇଁ ଯୋଗଦେଇଥିବା ବେଳେ ଶିକ୍ଷୟତ୍ରୀ କୁନ୍ତଳା କୁମାରୀ ତ୍ରିପାଠୀ ପରିଚାଳନା କରିଥିଲେ। ସେହିଭଳି ଏଜେଓ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲିପ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରତିଶ୍‍ କୁମାର ସଭାପତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ମତି ରେଖା ପାତ୍ର ଦ୍ୱିତୀୟ ଓ ସ୍ନେହରାଣି ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ବିଚାରକ ଭାବେ ଶିକ୍ଷୟତ୍ରୀ କଲ୍ଳୋଳିନୀ ଆଚାର୍ଯ୍ୟ , ଶୁଭସ୍ମିତା ପଟନାୟକ ଓ ପଦ୍ମାଳୟା ବେହେରା ଯୋଗଦେଇଥିବା ବେଳେ ପ୍ରତିଯୋଗିତାକୁ ଶିକ୍ଷୟତ୍ରୀ ଇତିଶ୍ରୀ ପଟନାୟକ , ସଂଜିବ ପାଣିଗ୍ରାହୀ , ଜୁଧିଷ୍ଟିର ମହାନ୍ତି ,ବ୍ରହ୍ମା ଦାସ ଓ ରାକେଶ ବିଶୋୟୀ ପରିଚାଳନା କରିଥିଲୋ

ସେହିଭଳି ସରକାରୀ ବାଳିକା ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ମିନା ଦିଗାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପ୍ରତିଯୋଗିତାର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ହେମଲତା ଦିଗାଲ ପ୍ରଥମ ଓ ବାଣିଶ୍ରୀ ନାୟକ ଦ୍ୱିତୀୟ ଏବଂ ଚିନ୍‍ମୟୀ ବେହେରା ତୃତୀୟ ସ୍ଥାନ ରଖି ପୁରସ୍କୃତ ହୋଇଛନ୍ତି। ବିଚାରକ ଭାବେ ଶ୍ରୀମତି ସ୍ୱର୍ଣ୍ଣମୟୀ ପାତ୍ର , ଶ୍ରୀମତି ବୁଲି ନାୟକ ଓ ଶ୍ରୀମତି ମିନାକ୍ଷୀ ଦଳବେହେରା ଯୋଗଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଜିତା ପ୍ରଧାନ , ପ୍ରମିଳା କୁମାରୀ ଦାସ , ସୁନିତା ଦିଗାଲ , ସୁଜାତା ପଟନାୟକ ଏବଂ ପ୍ରମିଳା କୁମାର ଦାସ ସହଯୋଗ କରିଥିଲେ।

ସେହିଭଳି ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଅନୁଶୟୀ ଆଚାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ସୌରଭ ସାଗର ଶପପଥୀ ପ୍ରଥମ , ସଜିଦ୍‍ ଖାନ୍‍ ଦ୍ୱିତୀୟ ଏବଂ ସିତଲ ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ ବିଚାରକ ଭାବେ ବିପିନ ବିହାରୀ ମନ୍ତ୍ରୀ , ରାଜ କିଶୋର ସାହୁ ଓ ପ୍ରଶାନ୍ତ କୁମାର ଦାସ ଯୋଗଦେଇଥିବା ବେଳେ ଶିକ୍ଷକ ପ୍ରମୋଦ କୁମାର ଦାସ ପରିଚାଳନା କରିଥିଲେ। ସେହିଭଳି ସରସ୍ୱତୀ ଶିଶୁ ବିଦ୍ୟ।। ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ଆକାଂକ୍ଷା କର ପ୍ରଥମ , କେଶ କିର୍ତ୍ତିନ ଧର ଦ୍ୱିତୀୟ ଏବଂ ଆଦ୍ୟାସା ପାଣ୍ଡେ ତୃତୀୟ ହୋଇ ପୁରସ୍କୃତ ହୋଇଛନ୍ତି।

ବିଚାରକ ଭାବେ ଅନ୍ତର୍ଯ୍ୟାମୀ ରାଉତ , ସବିତା କୁମାରୀ ମିଶ୍ର ଏବଂ ସୁଶ୍ରୀ ବାସନ୍ତୀ ମିଶ୍ର ଯୋଗଦେଇଥିବା ବେଳେ ଆଚାର୍ଯ୍ୟ ଭଗବାନ ସାହୁ , ଶରତ କୁମାର ଭୋଇ ,ମାଳବିକା ଶପପଥୀ , ପଂଚାନନ ସାହୁ , ଆନନ୍ଦେଶ୍ୱର ବେହେରା ,ବୈଜୟନ୍ତି ସାମନ୍ତରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ବିଦ୍ୟାଳଳୟରେ ଅନୁଷ୍ଠିତ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସମାଜ ଜିଲା ପ୍ରତିନିଧି ଅଶୋକ ମହାନ୍ତି ଓ ସ୍ୱାତୀ ଅନୁଷ୍ଠାନର କର୍ମୀ ରୋହିମୁଦ ନାୟକ , ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ପରିାଚଳନାରେ କରିଥିଲେ।

Comments are closed.