ସେବା ଓ ସେବକ ସପ୍ତାହର ଦ୍ୱିତୀୟ ଦିନ, ଦୁତିମେଣ୍ଡିରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ଉତ୍କଳମଣି ଗୋପବନ୍ଧୁଙ୍କ ପୂଣ୍ୟତିତି ଅବସରରେ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଚାଲିଥିବା ସେବା ଓ ସେବକ ସପ୍ତାହର ଦ୍ୱିତୀୟ ଦିନରେ କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୂ୍‍ତିମେଣ୍ଡି ଠାରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଗତ ୧୯୯୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଉତ୍କଳମଣି ଯୁବକ ସଂଘ ପକ୍ଷରୁ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଥିରେ ସମାଜ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁତିମେଣ୍ଡି ସରପଂଚ ଗୋଲାପି କହଁର , ପଂଚାୟତ ନିର୍ବାହୀ ଅଧିକାରୀ ମହେଶ ପଟନାୟକଙ୍କ ସମେତ ଯୁବକ ସଂଘର ସଭାପତି ଦେବରାଜ ମୁଖୀ ଓ ସଂପାଦକ ସୀମର ପ୍ରସାଦ ଝାଙ୍କର ଓ ଲ୍ୟାମ୍ପର ପରିଚାଳକ ପ୍ରଦୀପ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ସମାଜର ଜିଲା ପ୍ରତିନିଧି ଅଶୋକ ମହାନ୍ତି , ଫୁଲବାଣୀ ପ୍ରେସ୍‍ କ୍ଲବର ସଭାପତି ସୁନିଲ୍‍ ପଟନାୟକ , ସଂପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ସାମିଲ୍‍ ହୋଇଥିଲେ। ଯୁବକ ସଂଘର କର୍ମକର୍ତ୍ତା ମାନେ ସ୍ଥାନୀୟ ଡ଼ାକଘର , ରେଷ୍ଟସେଡ଼୍‍ , ପଂଚାୟତ କାର୍ଯ୍ୟାଳୟ ପରିସର , ଲ୍ୟାମ୍ପସ୍‍ ପରିସର ଓ ରାସ୍ତାକଡ଼ରେ ଥିବା ଦୋକାନ ପାର୍ଶ୍ବ ଗୁଡ଼ିକ ସଫେଇ କରିବା ସହିତ ବର୍ଷା ଦିନରେ ମଶାରି ବ୍ୟବହାର ସହିତ କୋରନା ଉପରେ ସତର୍କତା ନେଇ ମଧ୍ୟ ସଚେତନ କରିଥିଲେ।

ଯୁବକ ସଂଘର ସାଗର ପ୍ରସାଦ ସାହୁ , ତାପସ ଦଣ୍ଡିଆ , ଆଶିଷ ମୁଖୀ , ଦଶମନ୍ତ ଦେହୁରୀ , ଯଶବନ୍ତ ନାରାୟଣ ସାହୁ , ଗୋବିନ୍ଦ ଭୋଇ , ହର ଭୋଇ , ସୁବ୍ରତ କହଁର , ଗୋଲକ ବିହାରୀ ମଲିକ , ରଜତ କହଁର , ଅକ୍ଷୟ ବିଶୋୟୀ , ବିମଳ ବିଶୋୟୀ , ବିଶ୍ୱ ମୋହନ ସେଠୀ , ଧରଣୀଧର ସେଠୀ , ସନ୍ଧିପ ସେଠୀ , ଅମିତ ମୁଖୀ , ଅଂଶୁମାନ ଦେହୁରୀ , ରାଜ କୁମାର ନାୟକ , ସୁଦ୍ଧାନ୍ତ ବେହେରା , ସତ୍ୟସାଗର ମୁଖୀ ଓ ଅନ୍ୟମାନେ ସାମିଲ୍‍ ହୋଇଥିଲେ। ଏହି ଅବସରାରେ ସମାଜ ପକ୍ଷରୁ ଉକ୍ତ ଯୁବକ ସଂଘକୁ ମଧ୍ୟ ଏକ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶଯେ, ୧୯୯୧ ମସିହା ଠାରୁ ଗଠିତ ହୋଇଥିବା ଏହି ଯୁବକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ନିଜ ଅଞ୍ଚଳରେ ବୃକ୍ଷ ରୋପଣ , ବିଭିନ୍ନ ପ୍ରକାର ଖେଳକୁଳ ପ୍ରତିଯୋଗିତା , ସାଂସ୍କୃତିକ କାର୍ଯ୍ୟକ୍ରମ , ରକ୍ତଦାନ ଶିବିର , ସ୍ୱଚ୍ଚଭାରତ କାର୍ଯ୍ୟକ୍ରମ ସହିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି।

Comments are closed.