କନ୍ଧମାଳକୁ ମଦମୁକ୍ତ ଜିଲାଭାବେ ପରିଗଣିତ ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ୱାନ

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ

ଫୁଲବାଣୀ: ନିଶା ମନ, ଶରୀର, ଅର୍ଥ ଓ ସମ୍ମାନ ପାଇଁ ଏକ ବିଷ ସଦୃଶ୍ୟ ଅଟେ। ଏହା ପ୍ରଥମେ ବ୍ୟକ୍ତି, ଦମ୍ପତ୍ତି, ପରିବାର ଓ ପରିଶେଷରେ ସମାଜକୁ ନଷ୍ଟଭ୍ରଷ୍ଟ କରିଦିଏ। ଏଣୁ ଏକ ସୁସ୍ଥ ସମାଜ ଗଠନ ପାଇଁ ନିଶା ଦ୍ରବ୍ୟ ସେବନକୁ ପରିହାର କରିବା ସହିତ ଏକ ଦୃଢ ସଂକଳ୍ପ ନେବାକୁ ହେବ ବୋଲି ଆଜି ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଆୟୋଜିତ ଆନ୍ତର୍ଜାତୀକ ନିଶା ନିବାରଣ ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ ପ୍ରକାଶ କରିଛନ୍ତି। କନ୍ଧମାଳ ଜିଲାକୁ ଏକ ମଦମୁକ୍ତ ଜିଲାଭାବେ ପରିଗଣିତ କରିବା ପାଇଁ ସମସ୍ତେ ଏକାଠି ହେବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥିଭାବେ କନ୍ଧମାଳ ଜିଲାପାଳ ଆଶୀଷ ଇଶ୍ୱର ପାଟିଲ୍ ଯୋଗଦେଇ କହିଥିଲେ ଯେ ମଣିଷ ନିଶା ପାନ ଦ୍ୱାରା ନିଜର ସମ୍ମାନହାନୀ କରୁଛି। ଏହାଦ୍ୱାରା ସେତେବେଳେ କେବଳ ନିଜର ସମ୍ମାନ ହାନୀ ହେଉନାହି, ଦେଶ ଓ ଜାତିର ମଧ୍ୟ ସମ୍ମାନ ହାନୀ ଘଟୁଛି। ନିଶା ସେବନ ନିଜର କିମ୍ବା କାହାର ମଧ୍ୟ ଉନ୍ନତି କରିପାରିବନାହିଁ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ, ଏସଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍, ପ୍ରଜାପିତା ବ୍ରହ୍ମ କୁମାରୀ ସଂଘର ସଦସ୍ୟା ସବିତା ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅନ୍ୟମାନେ ଯେଗାଦେଇ ନିଜ ନିଜ ବକ୍ତ୍ୟବ ରଖିଥିଲେ।
ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ସଚେତନନ ଶୋଭାଯାତ୍ରାକୁ ଜିଲାପାଳ ପତ୍ତକା ଦେଖାଇ ଶୁଭାରମ୍ଭ କରିଥିଲେ। ପୁଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ, ଖେଳ ଶିକ୍ଷକ ପ୍ରଶାନ୍ତ ଦାସ ଓ ସ୍କାଉଟ୍ ଛାତ୍ରଛାତ୍ରୀଙ୍କ ସମେତ ଅବକାରି ବିଭାଗର କର୍ମଚାରୀ ମାନେ ସାମିଲ୍ ହୋଇ ନିଶା ନିବାରଣ ଉପରେ ସ୍ଲୋଗାନ ଦେବା ସହିତ ଅନେକ ସ୍ଥାନରେ ଶପଥ ପାଠ କରାଇଥିଲେ। ଜିଲା ପ୍ରଶାସନ, ଅବକାରି ବିଭାଗ ଓ ଜିଲା ସମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.