ଦୀର୍ଘଦିନ ପରେ ମୁଖ୍ୟରାସ୍ତାରେ ପଡିରହିଥିବା ଗଛ ସଫାହେଲା

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ପକାରୀ ଗ୍ରାମ ପଂଚାୟତର ମୁଖ୍ୟ ରାସ୍ତା ଉପରେ ଏକ ବିରାଟକାୟ ବୃକ୍ଷ ଦୀର୍ଘଦିନ ହେଲା ପଡ଼ିରହିବା ଯୋଗୁଁ ରାସ୍ତା ଅବରୋଧ ହେବା ସହିତ ଯାତାୟତରେ ନାହିଁ ନଥିବା ଅସୁବିଧା ଉପୁଜୁଥିଲା। ଉକ୍ତ ରାସ୍ତାଉପରେ ତିଲୋରୀ,ଦାରିଙ୍ଗବାଡି,ପକାରୀ ରୁ କୋଟଗଡ,ପକାରୀରୁ ରାଣିପାଙ୍ଗା,ଦୁର୍ଗମଂଚଳ ମାଦାମାହା ଏହିଭଳି ଅନେକ ଗ୍ରାମକୁ ଏହି ରାସ୍ତା ସଂଯୋଗ କରୁଅଛି। ଏହି ରାସ୍ତା ଉପରେ ଦୀର୍ଘଦିନ ଧରି ଗଛଟି ପଡି ରହିଥିବା ଫଳରେ ଏହି ସବୁ ଗ୍ରାମ ମାନଙ୍କୁ ଯାତାୟତ ସଂପୁର୍ଣ୍ଣ ବନ୍ଦ ହୋଇଯାଇଥିଲା। ଯାହାଫଳରେ ପକାରୀ ପଂଚାୟତର ବିଭିନ୍ନ ଉନ୍ନୟନ ମୁଳକ କାର୍ୟ୍ୟରେ ବାଧାପ୍ରାପ୍ତ ଉପୁଜିଥିଲା। ରାସ୍ତା ଉପରେ ପଡିଥିବା ଗଛକୁ ସଫା କରିବାକୁ ପକାରି ସରପଂଚ ମଣ୍ଡେଲା ପ୍ରଧାନ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ଦିଗରେ କେହି  ଦୃଷ୍ଟି ଦେଇନଥିଲେ। ଆଜି ସରପଂଚ ମଣ୍ଡେଲା ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଦୀର୍ଘଦିନ ରାସ୍ତାରେ ପଡିରହିଥିବା ଗଛକୁ ରାସ୍ତାରୁ ସଫା କରାଯାଇଛି। ପଡିଥିବା ଗଛଟି ରାସ୍ତାରୁହଟିବା ପରେ ଏହି ରାସ୍ତାରେ ଲୋକମାନେଯାତାୟତ କରୁଛନ୍ତି। ସରପଂଚ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦ୍ୟମ ଫଳରେ ଦୀର୍ଘଦିନ ପରେ ଉକ୍ତ ବିରାଟକାୟ ଗଛ ରାସ୍ତାରୁ ହଟିଥିବା ଯୋଗୁଁ ଉପରୋକ୍ତ ଅଞ୍ଚଳବାସୀ ଉଭୟଙ୍କୁ ସାଧୁବାଦ ଜଣାଇଛନ୍ତି।

Comments are closed.