ଶୀତରେ ଥରୁଛି କନ୍ଧମାଳ; ଗରୀବଙ୍କ ମଧ୍ୟରେ ଦୁଃଖର ପାହାଡ଼, ଶୀତବସ୍ତ୍ର ପ୍ରଦାନ ପାଇଁ ଦାବି

ଦାରିଙ୍ଗବାଡିରେ ୮.୫ ଡିଗ୍ରୀ , ଫୁଲବାଣୀରେ ୧୦.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା

ଫୁଲବାଣୀ,ଦାରିଙ୍ଗବାଡ଼ି: ଶୀତରେ ଥରୁଛି କନ୍ଧମାଳ। ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡ଼ିଗ୍ରି ସେଲ ସିୟସ୍‍ ଥିବା ବେଳେ ଫୁଲବାଣୀର ତାପମାତ୍ରା ୧୦.୫ ଡ଼ିଗ୍ରି ସେଲ ସିୟସ୍‍ ରେକର୍ଡ଼ କରାଯାଇଛି। ଗତ ୯ ତାରିଖ ପରେ ଜିଲାରେ ଶୀତ ଉଭେଇ ଯାଇଥିବା ବେଳେ ଗତ ୨ ଦିନ ହେଲା ପୁଣିଥରେ ଆଗମନ କରିଛି କନ୍ଧମାଳକୁ। ବିଶେଷ କରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଗତକିଛିଦିନ ହେଲା ଲଗାତାର ଭାବେ ଦାରିଙ୍ଗବାଡ଼ିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ବୁଧବାର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ର ତାପମାତ୍ରା ୮.୫ ଡିଗ୍ରୀ ରହିଥିବା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଅଛି। ଯାହାକି ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା। ଗତକାଲି ଦାରିଙ୍ଗବାଡ଼ିର ତାପମାତ୍ର ୯ଡିଗ୍ରୀ ରହିଥିଲା। ଦାରିଙ୍ଗବାଡ଼ି ଅଞ୍ଚଳରେ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଥିବା ସହିତ ପ୍ରବଳ ଶୀତ ସହିତ ଜାଡ଼ ମାଡ଼ରେ ଜନଜୀବନ ସମ୍ପୁଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ୁଛି।ଜାଡ଼ରେଲୋକଙ୍କ ହାତ ଗୋଡ଼ କାଲ ମାରିଦେଉଛି। ଆବଶ୍ୟକ କାମ ନଥିଲେ ସାଧାରଣ ଲୋକେଘରୁ ବାହାରକୁ ବାହାରିିବାକୁ ପସନ୍ଦକରୁନଥିବା ଦେଖିବାକୁ ମିଳିଥିବା ବେଳେ ଯୁବବର୍ଗ ପ୍ରାତଃ ଭ୍ରମଣରେ ବାହାରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଜାଡ଼ରୁ ରକ୍ଷା ପାଇବା ପାଇଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ପୁଉଁଥିବାର ଦେଖିବାକୁ ମିଳିଛି।। ରାତି ହେଉକି ସନ୍ଧ୍ୟା କିମ୍ବା ସକାଳ ଲୋକ ମାନେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ନିଆଁ ପୁଉଁ ଥିବାର ଦୃଶ୍ୟ ଏବେ ଠାରୁ ଅଞ୍ଚଳରେ ଦେଖିବାକୁ ମିଳିଛି। ଅସମ୍ଭାଳ ଜାଡ଼ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବୃଦ୍ଧାବୃଦ୍ଧା ଙ୍କ ଅବସ୍ଥା ଅସମ୍ଭାଳ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ପଶୁପକ୍ଷୀ ମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରକାଶ ପାଇଛି। ଶୀତ ବୃଦ୍ଧି ହେତୁ ଆଭ୍ୟନ୍ତରୀଣ ଇଲାକାରେ ବସବାସ କରୁଥିବା ବୃଦ୍ଧବୃଦ୍ଧା ଓ ଦରିଦ୍ର ସୀମାରେଖା ରେ ରହିଥିବା ପରିବାର ଲୋକେ ଗରମ ପୋଷାକ କିଣି ପାରୁନଥିବାରୁ ନିଆଁ ହିଁ ସେମାନଙ୍କ ଏକମାତ୍ର ସାହାଭରଷା ପାଲଟିଛି।ଦାରିଙ୍ଗବାଡ଼ି ର ତାପମାତ୍ରା ୮.୫ ଡିଗ୍ରୀ ରହିଥିଲେ ସୁଦ୍ଧା ଆଭ୍ୟନ୍ତରୀଣ ଇଲାକାରେ ତାହା ଆହୁରି କମ୍‍ ରହିଥିବା ଜଣାପଡ଼ିଛି। ପ୍ରବଳ ଶୀତ ଯୋଗୁଁ ଅଞ୍ଚଳର ଦିନମଜୁରିଆ ମାନଙ୍କ ଦୁଃଖ ବଢ଼ି ଯାଇଛି। ପ୍ରବଳ ଶୀତ ଯୋଗୁଁ ସକାଳୁ କୌଣସି କାମକରିବାକୁ ଦିନମଜୁରିଆ ମାନେ ଯାଇପାରୁନାହାନ୍ତିା ସେହିଭଳି ଜିଲାର ଫୁଲବାଣୀ ସମେତ , ବେଲଘର , ବ୍ରାହ୍ମଣୀଗାଁ , କୋଟଗଡ଼ , ତୁମୁଡ଼ିବନ୍ଧ , ରାଇକିଆ , ଫିରିଙ୍ଗିଆ , ଗୋଛାପଡ଼ା , ଖଜୁରିପଡ଼ା ଭଳି ସମଗ୍ର ଅଞ୍ଚଳରେ ମଧ୍ୟ ଶୀତର ପ୍ରଭାବ ଗତ ୨ ଦିନ ହେଲା ବୃଦ୍ଧି ପାଇଛି। ମଧ୍ୟ ରାତ୍ରରେ କୁହୁଡ଼ି ସମଗ୍ର ଅଞ୍ଚଳରେ ଢାଙ୍କି ହେବା ଯୋଗୁଁ ରାତ୍ରରେ ଜାନ ବାହାନ ଚଳାଚଳରେ ନାହିଁ ନଥିବା ବ୍ୟାଘାତ ଉପୁଜୁଥିବା ବେଳେ ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ କୁହୁଡ଼ି ଢାଙ୍କି ହୋଇ ରହୁଛି। ସେହିତୁଳନାରେ ଶୀତର ପ୍ରକୋପ ମଧ୍ୟ ସଂପୃକ୍ତ ଅଞ୍ଚଳ ମାନଙ୍କରେ ବୃଦ୍ଧି ପାଇଛି। ଶୀତ ଯୋଗୁଁ ସକାଳୁ ସକାଳୁ ବିିଭିନ୍ନ ଚାହା ଦୋକାନ ମାନଙ୍କରେ ବେଶ୍‍ ଗହଳି ଲାଗିରହୁଥିବା ବେଳେ ଅନେକ ସ୍ଥାନରେ ଦୋକାନ ସମ୍ମୁଖରେ ଗ୍ରାହକ ମାନେ ନିଆଁଜାଳି ବସୁଥିବାର ମଧ୍ୟ ଦେଖାଯାଇଛି। ସେହିଭଳି କରୋନା କଟକଣା ଯୋଗୁଁ ସକାଳୁ ସକାଳୁ ଦୀର୍ଘମାସ ଧରି ବ୍ୟାୟାମ ବନ୍ଦଥିବା ବେଳେ ବର୍ତ୍ତମାନ ବିିଭିନ୍ନ ସ୍ଥାନରେ ବ୍ୟାୟାମ କରୁଥିବାର ଦେଖାଯାଇଛି।। ତେବେ ପ୍ରଶାସନ କିମ୍ବା ରାଜ୍ୟ ସରକାର ଙ୍କ ତରଫରୁ ଅଞ୍ଚଳବାସୀଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଉନଥିବାରୁ ବୃଦ୍ଧବୃଦ୍ଧା ମାନେ ବିଶେଷ କରି ଶୀତରେ ନାନା ସମସ୍ୟାରେ ପଡ଼ୁଥିବା ବେଳେ ତୁରନ୍ତ ଶୀତ ବସ୍ତ୍ର ପ୍ରଦାନ କରିବା ପାଇଂ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି।

Comments are closed.