ଭାରସାମ୍ୟ ହରାଇ ଗଛକୁ ପିଟିଲା ମାଲବୋଝେଇ ଗାଡ଼ି, ୧ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଦୂତିପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଶନିବାର ରାତିରେ କ ମାଲବୋଝେଇ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣ ଗସ୍ତ ହୋଇଛି । ଏହି ଦୁର୍ଘଟଣରେ ଘଟଣା ସ୍ଥଳରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ,  ମାଲବୋଝେଇ ଗାଡ଼ିଟି ଗ୍ରୋସରୀ ବୋଝେଇ ହୋଇ କଟକରୁ କୋରାପୁଟ୍‍ ଯାଉଥିବା ବେଳେ ଗାଡ଼ିଟି ଦୂତିପଡା ନିକଟରେ ଭାରସାମ୍ୟ ହରାଇ ପଡିବାରୁ ଏକ ଗଛରେ ବାଡ଼େଇ ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ଧାର ଯୋଗୁଁ ଉକ୍ତ ଗାଡ଼ିରେ ଆଉ କିଏ ଅଛି କି ନାହିଁ ତାହା ଜଣାପଡ଼ିନାହିଁ । ଖବର ପାଇ ଘଟଣା ସ୍ଥଳରେ ଖଜୁରିପଡ଼ା ଦମକଳ ବାହିନୀ ଓ ପୁଲିସ ପହଞ୍ଚିଥିବା ଜଣା ପଡ଼ିଛି ।

Comments are closed.