୪୦ ଫୁଟ ତଳକୁ ଖସି ବର୍ତ୍ତିଗଲେ ୨ ଯୁବକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଗୁଡ଼୍ରିଗାଁରେ ଏକ ଅଭାବନିୟ ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ସେହି ସ୍କୁଟିରେ ଥିବା ଚାଳକ ଓ ଯାତ୍ରୀ ଏକ ପୋଲର ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି।

ଟିକାବାଲି ଥାନା ଅନ୍ତର୍ଗତ ଭଂଜ ପଦର ଗ୍ରାମର ଦୁଇଜଣ ଯୁବକ ଏକ ସ୍କୁଟିରେ ଯାଉଥିବା ବେଳେ ଗୁଡ଼୍ରିଗାଁ ପୋଲ ନିକଟରେ ସ୍କୁଟିଟି ଦୁର୍ଘଟଣା ଗସ୍ତହେବାରୁ ଉଭୟ ପୋଲ ତଳକୁ ଖସିଯାଇଥିଲେ। ପ୍ରାୟ ୪୦ ଫୁଟ ତଳକୁ ଉଭୟ ଖସିଯାଇଥିବା ପ୍ରକାଶ। ଦୁର୍ଘଟଣା ପରେ ଏକ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଗ୍ରାମର କିଛି ଲୋକ ତୁରନ୍ତ ସେଠାରେ ପହଞ୍ଚି ଟିକାବାଲି ଦମକଳ ବାହିନିକୁ ଖବର ଦେବା ସହିତ କିଛି ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ଖବର ଦେଇଥିଲେ। ତୁରନ୍ତ ସେଠାରେ ସମସ୍ତେ ପହଞ୍ଚି ୪୦ ଫୁଟ ତଳୁ ଉଭୟଙ୍କ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ପ୍ରଥମେ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କ ନାମ ଜଣାପଡ଼ିନଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।

Comments are closed.