ଫୁଲବାଣୀ ଘୋଷଯାତ୍ରାରେ ନୟାଗଡ଼଼ ରାଣୀ ତଥା କନ୍ଧମାଳ ପୂର୍ବତନ ସାଂସଦ

ଫୁଲବାଣୀ: ଗତ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଶାସକ ବିଜେଡ଼ି ଦଳ ଟିକଟରେ ବିଜୟ ହୋଇ ଥିବା କନ୍ଧମାଳ ପୂର୍ବତନ ସାଂସଦ ତଥା ନୟାଗଡ଼଼ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଆଜି ଅଚାନକ ଫୁଲବାଣୀ ଘୋଷ ଯାତ୍ରରେ ସାମିଲ୍‍ ହେବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ଆଜି ସାମିଲ୍‍ ହେବାକୁ ସମସ୍ତେ ସହଜରେ ଗ୍ରହଣ କରିପାରୁନାହାନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସେ ପୁଣିଥରେ ଟିକଟ ପାଇଁ ଆଶାୟୀ ଥିଲେ ମଧ୍ୟ ବିଜେଡ଼ି ଦଳରୁ ତାଙ୍କ ଟିକଟ ମିଳିନଥିଲା ଫଳରେ ସେ ବିଜେପି ଦଳରେ ସାମିଲ୍‍ ହୋଇଥିଲେ। ତେବେ ନିର୍ବାଚନ ପରେ ପରେ କନ୍ଧମାଳ ଜିଲାକୁ ସେଭଳି ଗସ୍ତ କରିନଥିବା ବେଳେ ଆଜି ଘୋଷଯାତ୍ରା ଅବସରରେ ହଜାର ହଜାର ଭକ୍ତଙ୍କ ସମଗାମ ହୋଇଥିବା ବେଳେ ଅଚାନକ ଭାବେ ସେ ସାମିଲ୍‍ ହୋଇ ଲୋକଙ୍କ ସହିତ ମିଶିବା ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ହୋଇଥିବା ପ୍ରସାଦ ସେବନ ମଧ୍ୟ କରିଥିଲେ।

ଅଚାନକ ଭାବେ ସେ ସାମିଲ୍‍ ପରେ ଅନ୍ୟ ଅତିଥି ମାନଙ୍କ ପରି ରାଜେଶ୍ୱରୀ ସିଂଙ୍କୁ ମଧ୍ୟ କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ରଥଯାତ୍ରାରେ ସାମିଲ୍‍ ହୋଇ ବିଭିନ୍ନ ଆଲେଚାନା ମଧ୍ୟ କରିଥିଲେ। ତେବେ ଅଚାନକ ଭାବେ ପୂର୍ବତନ ସାଂସଦଙ୍କ ଗସ୍ତକୁ ନେଇ ଏବେ ଖୋଦ୍‍ ଫୁଲବାଣୀ ସହରରେ ରାଜନୈତିକ ମହଲରେ ନାନା ଆଲୋଚନା ଜୋର ଧରିଥିବା ବେଳେ ଆଗାମି ଦିନରେ କିଛି ଭିନ୍ନ ସମୀକରଣ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରେନା ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Comments are closed.