ବାଇକ ଦୁର୍ଘଟଣା – ଯୁବକ ମୃତ

ଫୁଲବାଣୀ, :କନ୍ଧମାଳ ଜିଲା ଖଜୁରୀପଡା ଥାନା ଅନ୍ତର୍ଗତ ଆର.ନୂଆଗାଁ ପଂଚାୟତ ଗରାକୁମ୍ପା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବୌଦ ଜିଲା ପୁରୁଣାକଟକ ଥାନା ଆଡେଣିଗଡର ବସନ୍ତ ମୂଖୀ(୩୫) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବସନ୍ତ ଆର.ନୂଆଗାଁରେ ଥିବା ଥିବା ତାଙ୍କ ମାମୁଁ ଘରେ ରହୁଥିଲେ । ମଙ୍ଗଳବାର ରାତିରେ ସେ ଖଜୁରିପଡ଼ାକୁ କ୍ୟାଣ୍ଡେଲ୍‌ କିଣିବା ପାଇଁ ଯାଇଥିଲେ । ବଜାରରୁ କ୍ୟାଣ୍ଡେଳ୍‌ କିଣି ଏକ ବାଇକ(ଓଆର-୧୫-ଜେ-୨୨୪୦) ଯୋଗେ ନିଜ ଗ୍ରାମକୁ ଫେରିଥିବା ବେଳେ ଗରାକୁମ୍ପା ପ୍ରାଥମିକ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଖୁଣ୍ଟିରେ ବାଡେଇ ହୋଇ ଯାଇଥିଲେ । ଫଳରେ ସେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ।

ଖବର ପାଇ ଖଜୁରୀପଡା ଥାନା ଏସଆଇ ଉଦ୍ଧବ କୁମାର ଜାନୀ ସକାଳୁ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଜବତ କରିବା ସହ ଓ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣି ପଠାଇଥିଲେ । ମୃତକଙ୍କ ମାମୁଁ କହ୍ନେଇ ମୂଖୀଙ୍କ ଏତାଲା ଆଧାରରେ ଖଜୁରୀପଡା ଥାନାରେ ଏ ନେଇ ୫୪ା୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସଆଇ ଜାନୀ ସୁଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ସଂପୃକ୍ତ ଗ୍ରାମରେ ଶୋକରଛାୟା ଖେଳିଯାଇଛି । ପ୍ରକାଶଯେ, ଦୀର୍ଘଦିନ ହେଲା ମୃତ ଯୁବକ ଜଣକ ତାଙ୍କ ମାମୁଁଙ୍କ ପାଖରେ ରହୁଥିଲେ ।

Comments are closed.