କନ୍ଧମାଳର ନୂତନ ଜିଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ: କନ୍ଧମାଳ ଜିଲାର ନୂତନ ଜିଲାପାଳ ଭାବେ ବୁଧବାର ଆଶିଷ୍‌ ଈଶ୍ୱର ପାଟିଲ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ବିଭିନ୍ନ ମହଲରୁ ତାଙ୍କ ଶୁଭେଚ୍ଛା ଦିଆଯାଇଛି । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଓ ବିଭିନ୍ନ ସଂଗଠନ ପକ୍ଷରୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିବା ବେଳେ ଆଜି ସମାଜସେବୀ କ୍ଷେତ୍ରରେ କନ୍ଧମାଳ ଜିଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଟିମ୍‌ ହ୍ୟୁମାନିଟ୍‌ କନ୍ଧମାଳ ପକ୍ଷରୁ ମଧ୍ୟ ଜିଲାପାଳଙ୍କୁ ସାକ୍ଷାତ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଛି । ଏଥିରେ ସଂଗଠନର ବହୁ ସଦସ୍ୟ ଓ ସଦସ୍ୟା ମାନେ ସାମିଲ୍‌ ହୋଇଥିଲେ । ସେହିଭଳି କିନ୍ନର ସଂଘ ପକ୍ଷରୁ ମଧ୍ୟ ଜିଲାପାଳଙ୍କୁ ସ୍ୱାଗତ କରାଯାଇଛି । ପାୟନ କିନ୍ନରଙ୍କ ନେତୃତ୍ୱରେ କିନ୍ନର ଦିବ୍ୟାଶ୍ରୀ, ସୁନିତା, ଜିନା, ଆଲିସା, ସଙ୍ଗୀତା, ରେଖା ଓ କିନ୍ନର ପାବର୍ତୀ ଓ ଅନ୍ୟମାନେ ସାମିଲ୍‌ ହୋଇଥିଲେ ।

Comments are closed.