MEllora 950×100

ମିଳିତ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

୧୪ରୁ ଅସହଯୋଗ ଆନ୍ଦୋଳନ, ୨୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ

ଫୁଲବାଣୀ: ରାଜ୍ୟରେ ପ୍ରାୟ ୨୦ ହଜାର ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ସ୍ବାସ୍ଥ୍ୟ ପରିଦର୍ଶିକା କାର୍ଯ୍ୟରତ ଅଛନ୍ତି । ଏମାନେ ଦିନରାତି ଲୋକଙ୍କ ସେବାରେ ଲାଗିଥିବା ବେଳେ ସରକାର ଏମାନଙ୍କ ପ୍ରତି ସବୁବେଳେ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି ରାଜ୍ୟ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ସଂଘ । ଅନ୍ୟ ସରକାରୀ କର୍ମଚାରୀଙ୍କୁ ମିଳୁଥିବା ସୁବିଧା ସୁଯୋଗରୁ ଏମାନେ ବଞ୍ଚିତ ଅଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ଏମାନଙ୍କ କଥା ବିଚାରକୁ ନିଆ ଯାଉ ନାହିଁ । ଏପରିକି ଗତ କୋଭିଡ ସମୟରେ ରାଜ୍ୟର ସ୍ବାସ୍ଥ୍ୟ କର୍ମୀ ମାନେ ପ୍ରତିବାଦ ସ୍ବରୂପ କୋଭିଡ ଟିକା ନେବା ପାଇଁ ମନା କରିଥିଲେ ।

ଏହାପରେ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । ତେବେ ସରକାର ଆଜି ଯାଏଁ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି । ତେଣୁ ପ୍ରତିବାଦ ସ୍ବରୂପ ଆସନ୍ତା ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ ସହିତ ୨୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବା ପାଇଁ ରାଜ୍ୟ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶିକା ମିଳିତ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜିଲା ସ୍ତରୀୟ ମିଳିତ ମଞ୍ଚ ପକ୍ଷରୁ ମଧ୍ୟ ଏହି ଦାବିପତ୍ର ଜିଲା ଜନସ୍ୱାସ୍ଥ୍ର‌୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏଥିରେ ଜିଲା ଉପଦେଷ୍ଟା ରାଜ କିଶୋର ସାହୁ, କର୍ମଚାରୀ ନେତା ପରମାନନ୍ଦ ଜାନୀ, ସାସ୍ୱତ ଶତପଥୀ, ମହିଳା କର୍ମଚାରୀ ନେତ୍ରୀ ସବିତା ପାତ୍ର ଓ ବାସନ୍ତି ପ୍ରଧାନଙ୍କ ନେତୃତ୍ୱରେ ବହୁ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଏହି ଦାବିପତ୍ର ପ୍ରଦାନ କରିଥିଲେ । ସେହିଭଳି ଗୁମାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ସଂଘ ତରଫରୁ ହରପ୍ରିୟା ମେହେର, ରୋଜାଲିନ ସାହୁ, ରଞ୍ଜିତା ପାତ୍ର, ଅର୍ଚ୍ଚନା ମଣି ସାହୁ, ପ୍ରଦୀପ ବେହେରାଙ୍କ ସମେତ ବହୁ ସ୍ବାସ୍ଥ୍ୟ କର୍ମୀ ଏଥିରେ ସାମିଲ ହୋଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ମଧ୍ୟ ଏଭଳି ଦାବିପତ୍ର ଦିଆ ଯାଇଥିବା ଜଣାପଡିଛି।

Comments are closed.