ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ/ବ୍ରାହ୍ମଣୀଗାଁ: ଗାଁ ପୋଖରୀରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତରେ ସକାଳୁ ସକାଳୁ ଜଣେ ବୃଦ୍ଧା ମହିଳା ପୋଖରୀରେ ଭାସୁଥବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଦେଖିବା ପରେ ଏନେଇ ଦାରିଙ୍ଗବାଡି ଥାନାକୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ଦାରିଙ୍ଗବାଡି ପୁଲିସ ଏବଂ ଅଗ୍ନିଶମ ବିଭାଗ  ପହଞ୍ଚି ପୋଖରୀରୁ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରିଥିଲେ ।  ପରେ ମହିଳା ଜଣଙ୍କ ସ୍ଥାନୀୟ ଶ୍ରାନିକେତା ଗ୍ରାମର ଭୀମ ପ୍ରଧାନଙ୍କ ପତ୍ନୀ ତପିଶା ପ୍ରଧାନ ବୋଲି ଜଣାପଡ଼ିଥିଲା । ସେ ମାନସିକ ରୋଗୀ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ଗତକାଲି  ସନ୍ଧ୍ୟା ୫ ସମୟରେ  ଘରେ ଥିଲେ ପରେ ହଠାତ କୁଆଡେ ଚାଲିଯାଇଥିଲେ । ତପିଶା ପ୍ରଧାନ ପରିବାର ଲୋକେ ରାତି ସମୟରେ ବହୁ ଖୋଜା ଖୋଜି ପରେ ତପିଶାକୁ ପାଇ ନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା ।

Comments are closed.