ମୁମ୍ବାଇରେ ପକେଟ ଭିତରେ ଫାଟିଗଲା ମୋବାଇଲ ଫୋନ୍‌ ଭିଡିଓ ଭାଇରାଲ୍‌

0

ମୁମ୍ବାଇ ..- ଅନେକ ଥର ଫୋନ୍‌ର ବ୍ୟାଟେରୀ ଫାଟିଯାଉଥିବା ଅଭିଯୋଗ ହୋଇଥିଲା । ଗତ ବର୍ଷ ମୋବାଇଫୋନ୍‌କୁ ରିଚାର୍ଜ କରୁଥିବା ସମୟରେ କଥା ହେଉଥିବା ବେଳେ ଏହାର ବ୍ୟାଟେରୀ ଫାଟିଯାଇ ଓଡ଼ିଶାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏବେ ମୁମ୍ବାଇରେ ପକେଟ୍‌ ଭିତରେ ଏକ ମୋବାଇଲ୍‌ ଫୋନ୍‌ ଫାଟିଯାଇଥିବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ଏଥିଯୋଗୁଁ ଜଣେ ଆହତ ହୋଇଛନ୍ତି ।

ଏହାର ସିସିଟିଭି ଦୃଶ୍ୟରେ ଏକ ଫ୍ୟାକ୍ଟରୀ ଭିତରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ପକେଟ୍‌ରେ ଥିବା ମୋବାଇଲ୍‌ ଫୋନ୍‌ଟି ଫାଟିଯାଇଥିଲା । ସେ ଫୋନ୍‌ଟି କାଢିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ନିଆଁ ଲାଗିଯାଇଥିଲା । ପରେ ସେ ଫୋନ୍‌ଟି ପକେଟରୁ କାଢି ଦେଇଥିଲେ ମାତ୍ର ତାହା ଚଟାଣରେ ପଡିବା ପରେ ମଧ୍ୟ ନିଆଁ ଓ ଧୂଆଁ ବାହାରିଥିଲା ।ତଳ ଲିଙ୍କରେ ଦେଖନ୍ତୁ ଏହାର ଭିଡିଓ-

Leave A Reply