ମୋଦୀ ଟିମର ସମ୍ଭାବ୍ୟ ମନ୍ତ୍ରୀ; ପିଏମଓରୁ ଆସିଲା ଫୋନ୍‌ କଲ୍‌ !

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ। ଏହା ସହ ତାଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀମାନେ ଶପଥ ନେବେ। ତେବେ ମୋଦୀଙ୍କ ଟିମ୍‌ରେ କାହାକୁ ସ୍ଥାନ ମିଳିବ ତାହାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି। ଏହା ମଧ୍ୟରେ ଗୁରୁବାର ଅନେକ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓରୁ ଫୋନ କଲ୍‌ ଯାଇଥିବା ସୂଚନା ମିଳିଛି। ଯେଉଁମାନଙ୍କ ନିକଟକୁ କଲ୍‌ ଯାଇଛି ସେମାନେ ମନ୍ତ୍ରୀ ପଦ ପାଇବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି।

ଫୋନ୍‌ କଲ୍‌ ଆସିଥିବା ସାଂସଦମାନଙ୍କ ମଧ୍ୟରେ ରହିଛନ୍ତି ପ୍ରକାଶ ଜାଭଡେକର, ପୀୟୁଷ ଗୋୟଲ, ନିର୍ମଳା ସୀତାରମଣ, ମୁକ୍ତାର ଆବାସ ନକଭୀ, ଜିତେନ୍ଦ୍ର ସିଂହ, ସ୍ମୃତି ଇରାନୀ, ବାବୁଲ ସୁପ୍ରିୟୋ, ନୀତିନ ଗଡ଼କରୀ, ରାଜନାଥ ସିଂହ, ରବି ଶଙ୍କର ପ୍ରସାଦ, ରାମବିଳାସ ପାଶ୍ଵାନ, ରାମଦାସ ଅଠାୱାଲେ, ହରସିମରତ କୌର ବାଦଲ, ଅର୍ଜୁନ ମେଘୱାଲ, ସଦାନନ୍ଦ ଗୌଡ଼ା, ଅନୁପ୍ରିୟା ପଟେଲ, କିରନ ରିଜିଜୁ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଗିରିରାଜ ସିଂହ, କିଶନ ପାଲ ଗୁର୍ଜର, ସାଧ୍ଵୀ ନିରଞ୍ଜନ ଜ୍ୟୋତି, ରାଓ ଇନ୍ଦ୍ରଜିତ ସିଂହ, ପୁରୁଷୋତ୍ତମ ରୁପାଲୀ, ରାମଚନ୍ଦ୍ର ପ୍ରସାଦ ସିଂହ, ନରେନ୍ଦ୍ର ସିଂହ ତୋମାର, ନିତ୍ୟାନନ୍ଦ ରାୟ, କୌଳାସ ଚୌଧୁରୀ, ସୁରେଶ ଆଙ୍ଗଡ଼ି, ସନ୍ତୋଷ ଗଙ୍ଗୱାର, ପ୍ରହଲ୍ଲାଦ ପଟେଲ, ମନସୁବ ମାଣ୍ଡଭ୍ୟା ପ୍ରମୁଖ। ସେହିପରି ଓଡ଼ିଶାରୁ ଧମେନ୍ଦ୍ର ପ୍ରଧାନଙ୍କ ନିକଟକୁ ଫୋନ କଲ୍‌ ଆସିଥିବା ସୂଚନା ମିଳିଛି।

Comments are closed.