ଆତ୍ମହତ୍ୟା କଲେ ଫିରିଙ୍ଗିଆ ବିଡିଓଙ୍କ ସ୍ତ୍ରୀ: କାରଣ ଅସ୍ପଷ୍ଟ, ପୁଲିସ ତଦନ୍ତ ଜାରି

ଫୁଲବାଣୀ: କନ୍ଧମାଳ ଜିଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ୍‌ର ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ସ୍ତ୍ରୀ ରଶ୍ମିତା ସାମଲ ଆତ୍ମହତ୍ୟା କରିଛନ୍ତି। ବୁଧବାର ରାତିରେ ରଶ୍ମିତା ସାମଲ ଶୋଇବା ଘରେ ଆତ୍ମ ହତ୍ୟା କରିଛନ୍ତି। ଶୋଇବା ଘରେ ଫ୍ୟାନ୍‌ ପାଇଁ ଲାଗିଥିବା ଲୁହା ରେଲିଂରେ ନିଜ ଓଢଣୀରେ ବାନ୍ଧି ହୋଇ ଆତ୍ମହତ୍ୟା କରିଥିବା କୁହାଯାଇଛି। ସୂଚନା ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚିଥିଲା। ରଶ୍ମିତା ସାମଲଙ୍କ ମୃତଦେହକୁ ଜବତ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ବ୍ୟବଚ୍ଛେଦ ପାଇଁ ପଠାଇଥିଲ। ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନଥିବାବେଳେ ଏହି ଘଟଣାର ତଦନ୍ତ ଜାରି ରଖିଛି।

 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ କଲୋନିରେ ବୁଧବାର ରାତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା। ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କ ସରକାରୀ ବାସଭବନରେ ବେକରେ ନିଜର ଓଢଣି ଲଗାଇ ଆତ୍ମହତ୍ୟା କରିଛନ୍ତି ତାଙ୍କ ପତ୍ନୀ ସରିତା ସାମଲ(୩୧)।
ବୁଧବାର ସଂନ୍ଧ୍ୟା ପ୍ରାୟ ୮.୩୦ ମିନିଟରେ ତାଙ୍କ ବାସଭମବନ ପଛପଟ ବାରଣ୍ଡାରେ ଥିବା ଏକ ଲୁହା ରେଲିଂରେ ଝୁଲୁଥିବା ଦେଖି ସ୍ଥାନୀୟ ବ୍ଲକ କର୍ମଚାରିମାନଙ୍କ ସହଯୋଗରେ ବିଡିଓ ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ଡ଼ାକ୍ତରଖାନ ନେଇଥିଲେ ମଧ୍ୟ ଅଧିକ ଚିକିତ୍ସାର ଆବଶ୍ୟକ ନେଇ ପରାମର୍ଶ ପରେ ତୁରନ୍ତ ଫୁଲବାଣୀ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ।
ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଥିଲେ। ଏନେଇ ଫିରିଙ୍ଗିଆ ଥାନାରେ କେସ ନଂ ୧୩ା୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ମୃତ୍ୟୁର କାରଣ ଅଶ୍ୱଷ୍ଟ ହୋଇଥିଲେ ମଧ୍ୟ ଏହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ପ୍ରକାଶ। ଗତ ତିନିବର୍ଷ ତଳେ ଉଭୟେ ପ୍ରେମ ବିବାହ କରିଥିବା ବେଳେ ସେମାନଙ୍କର ଗୋଟିଏ ୨ ବର୍ଷର ପୁଅ ଅଛି।
ବୁଧବାର ଫୁଲବାଣୀରେ ଚାଲିଥିବା ଏକ ବୈଠକରେ ବିଡ଼ିଓ ଯୋଗେଦେବା ପାଇଁ ଫୁଲବାଣୀ ଆସିଥିଲେ। ବୈଠକ ଶେଷପରେ ସେ ସଂନ୍ଧ୍ୟାରେ ଘରେ ପହଞ୍ଚିଥିବା ବେଳେ କୌଣସି କଥାକୁ ନେଇ କୁଆଡ଼େ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବିଡିଓ ତାଙ୍କ ପୁଅକୁ ଧରି ଘର ବାହାରକୁ ବୁଲାଇବାକୁ ଆଣିଥିବା ବେଳେ କିଛି ସମୟ ପରେ ଘରକୁ ଯାଇ ଦେଖିବାବେଳକୁ କବାଟ ଭିତରପଟୁ ବନ୍ଦ ଥିଲା। ସେ ତାଙ୍କ ସ୍ତ୍ରୀଙ୍କ ବାରମ୍ବାର ଡ଼ାକିଥିଲେ ମଧ୍ୟ ସେ କୁଆଡ଼େ ଶୁଣି ନଥିଲେ। ଫଳରେ ବିଡିଓ କବାଟ ଫାଙ୍କରେ ତାଙ୍କ ପତ୍ନୀ ଝୁଲୁଥିବାର ଦେଖି କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିବା ସହିତ ଅନ୍ୟମାନଙ୍କ ସହଯୋଗରେ ତୁରନ୍ତ ଫିରିଙ୍ଗିଆ ମେଡ଼ିକାଲ୍ ନେଇଥିଲେ। ଏହି ଘଟଣାରେ ଫିରିଙ୍ଗିଆ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।
ବିଡିଓଙ୍କ ସ୍ତ୍ରୀ ଜଣେ ମେଳାପି ଓ ମିଷ୍ଟଭାଷି ମହିଳା ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଖବର ପାଇ ଶବ ବ୍ୟବଚ୍ଛେଦ ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , କନ୍ଧମାଳ ଜିଲ୍ଲା ପ୍ରକଲ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, କନ୍ଧମାଳ ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ନୁଚରଣ ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ କହଁର, ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧକ୍ଷ ଲାଲନନ୍ଦା ପ୍ରଧାନ, ବିଜୁ ଜନତା ଦଳ ବ୍ଲକ ସଭାପତି ପ୍ରଦିପ କୁମାର ବହେରା, ବରିଷ୍ଟ ବିଜେଡି ନେତା ପ୍ରମୋଦ କୁମାର ସିଓ, ଫିରିଙ୍ଗିଆ ସରପଞ୍ଚ ବିଶ୍ୱରଞନ କହଁର, ରାଇକିଆ ବିଡିଓ ପ୍ରବିଣ କୁମାର ବାଣୁଆ, ଖଜୁରିପଡା ବିଡିଓ ରବିନ୍ଦ୍ରନାଥ କହଁର, ଫିରିଙ୍ଗିଆ ବ୍ଳକର ବହୁ କର୍ମଚାରି ପହଞ୍ଚି ଶେଷ ଦର୍ଶନ କରିଥିଲେ।
ବିଡିଓଙ୍କ ପତ୍ନିଙ୍କ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ମୃତଦେହକୁ ଫିରିଙ୍ଗିଆସ୍ଥିତ ବାସଭବନ ନିଆଯାଇଥିଲା, ସେଠାରେ ପହଞ୍ଚିବା ପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଓ ଅନ୍ୟମାନେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ବିଡିଓଙ୍କୁ ସମବେଦନା ଜଣାଇଥିଲେ। ବିଡ଼ିଓଙ୍କ ପରିବାର ଲୋକଙ୍କ ସହ ସ୍ଥାନୀୟ ବ୍ଲକ କର୍ମଚାରୀଙ୍କ ସହଯୋଗରେ ପୁରୀ ସ୍ୱର୍ଗଦ୍ୱାରାକୁ ଶବ ସତ୍କାର ପାଇଁ ନିଆଯାଇଛି। ଅପରପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପରିବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଦର ଏସ୍.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ପ୍ରକାଶ କରିଛନ୍ତି।

Comments are closed.