ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ: ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗର ଧନ୍ଦାମୂଳକ ତାଲିମ, କ୍ୟାରିୟର୍‍ ମାର୍ଗଦର୍ଶନ, ଦକ୍ଷତା ବିକାଶ, ଆର୍ଥିକ ସ୍ୱାକ୍ଷରତା, ଓ ସାମାଜିକ ସୁରକ୍ଷା ଯୋଜନା ଏବଂ ଅଧିକାର ସମେତ ଆଶିର୍ବାଦ ଯୋଜନା ଓ ପରିବାର ଶକ୍ତିଶାଳୀକରଣରେ କିଶୋର କିଶୋରୀମାନଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲା ପ୍ରଶାସନ, କନ୍ଧମାଳ ଓ ଆକ୍ସନ୍‍ ଏଡ୍‍, ଓଡ଼ିଶା, ଭାରତର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୁରକ୍ଷା ଅଧିକାରିଣୀ ଏସ୍‍ ଗାୟତ୍ରୀ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ ତଥା ସେମାନଙ୍କୁ ଶୋଷଣ ଓ ଅବହେଳାରୁ ଦୁରେଇ ରଖିବା ପାଇଁ ସରକାରଙ୍କଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଶିଶୁ ସୁରକ୍ଷା ସମିତି ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାରେ ୧୮ ବର୍ଷରୁ କମ୍‍ ବୟସର କିଶୋର କିଶୋରୀମାନଙ୍କର ସୁରକ୍ଷା ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ ହେଉଅଛି। ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା କିଶୋର କିଶୋରୀ, ଆଇନ ସହ ଦ୍ୱନ୍ଦରେ ଥିବା କିଶୋର କିଶୋରୀ, ଆଇନ ସହ ସମ୍ପର୍କରେ ଥିବା କିଶୋର କିଶୋରୀ ତଥା ଅସୁରକ୍ଷିତ ବା ବିପଦ ସଙ୍କୁଳ ଅବସ୍ଥାରେ ଥିବା କିଶୋର କିଶୋରୀମାନଙ୍କ ପାଇଁ ଯତ୍ନ ଓ ସୁରକ୍ଷା ବ୍ୟବସ୍ଥାଏହି ଯୋଜନାରେ କରାଯାଇଥାଏ ବୋଲି ସେ କହିଥିଲେ।

ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରଶ୍ମିତା କରନ୍‍ ବାସସ୍ଥାନ କିମ୍ବା କୌ÷ଣସି ସ୍ଥାୟୀ ଆଶ୍ରୟସ୍ଥଳୀ ନ ଥିବା ଏବଂ ବଞ୍ଝିବା ପାଇଁ କୌ÷ଣସି ପନ୍ଥା ନଥିବା ଶିଶୁ, ଭିକ୍ଷାକୁ ପେଶା କରିଥିବା ଶିଶୁ କିମ୍ବା ଶିଶୁଶ୍ରମରେ ଲିପ୍ତ ଥିବା ଶିଶୁ, କୌ÷ଣସି ସେବା ଓ ଯତ୍ନ ପାଉ ନ ଥିବା ଶାରୀରିକ ବା ମାନସିକ ଭିନ୍ନକ୍ଷମ ଶିଶୁ, କୌ÷ଣସି ମାରାତ୍ମକ ରୋଗରେ ପୀଡ଼ିତ ଥିବା ଶିଶୁ, ଭରଣ ପୋଷଣ କିମ୍ବା ଯତ୍ନ ନେବାରେ ଅସମର୍ଥ ଥିବା ଜନ୍ମଦାତା କିମ୍ବା ଅଭିଭାବକଙ୍କ ସହ ରହୁଥିବା ଶିଶୁ ନିଶା ଅପବ୍ୟବହାରରେ ସଂପୃକ୍ତ ଥିବା କିମ୍ବା ସଂପୃକ୍ତ ହେବାର ସମ୍ଭାବନା ଥିବା ଶିଶୁମାନଙ୍କ ସମ୍ପର୍କରେ ଆସିଲେ ତୁରନ୍ତ ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ ଓ ନିକଟସ୍ଥ ଥାନା ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ। ଓଡ଼ିଶା ଜୀବିକା ମିଶନର ପଦାଧିକାରିଣୀ ଐଶର୍ଯ୍ୟା ଦାସ ଗ୍ରାମାଞ୍ଝଳର କିଶୋର କିଶୋରୀମାନଙ୍କୁଦକ୍ଷତା ବିକାଶ ତାଲିମ ଦ୍ୱାରା ଅଧିକ ରୋଜଗାରକ୍ଷମ କରିବା ପାଇଁ ସରକାରଙ୍କର ଅଭିନବ ରୋଜଗାର ବ୍ୟବସ୍ଥା ହେଉଛି ଦୀନ୍‍ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌ÷ଶଲ୍ୟ ଯୋଜନା ବୋଲି କହିବା ସହିତ ସେମାନଙ୍କୁ ଏଥିରେ ସାମିଲ କରିବାକୁ କହିଥିଲେ।

ସେହିପରି ଆକ୍ସନ୍‍ ଏଡ୍‍ର ଜିଲ୍ଲା ସଂଯୋଜକ ସନ୍ଧ୍ୟାରାଣୀ ନାୟକ କିଶୋର କିଶୋରୀମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ତାଙ୍କ ଅନୁଷ୍ଠାନଦ୍ୱାରା କେଉଁ କେଉଁ ପଦକ୍ଷେପ ନିଆଯାଉଛି ସେ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ଶ୍ରମ ଅଧିକାରିଣୀ ଶୁଭଦର୍ଶିନୀ ନାୟକ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ପଦାଧିକାରୀ କିଶୋର କିଶୋରୀମାନଙ୍କୁ ଏ ଦିଗରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକର କିଶୋର କିଶୋରୀ, ସି.ଡି.ପି.ଓ., ସଂପୃକ୍ତ ସରକାରୀ ପଦାଧିକାରୀମାନେ ଯୋଗ ଦେଇଥିଲେ।

Comments are closed.