ୱେଷ୍ଟଇଣ୍ଡିଜ କ୍ରିକେଟର ମୁଖ୍ୟ ପ୍ରଶିକ୍ଷକ ପଦକୁ ଫିଲ୍‌ ସିମନ୍ସଙ୍କ ପ୍ରତ୍ୟାବର୍ତ୍ତନ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ) : ତିନିବର୍ଷ ପୂର୍ବେ  ବିବାଦୀୟ ପରିସ୍ଥିତି ପାଇଁ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର ମୁଖ୍ୟ ପ୍ରଶିକ୍ଷକ
ପଦରୁ ବହିଷ୍କୃତ ହୋଇଥିବା ଫିଲ୍‌ ସିମନ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗାମୀ ୪ ବର୍ଷ ପର୍ୟ୍ୟନ୍ତ ସିମନ୍ସ ମୁଖ୍ୟ ପ୍ରଶିକ୍ଷକ ପଦରେ ରହିବେ ବୋଲି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌(ସିଡବ୍ଲ୍ୟୁଆଇ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସେ ୨୦୧୬ ଆଇସିସି ଟ୍ବେଣ୍ଟି-୨୦ ବିଶ୍ୱକପରେ ଓ୍ବେଷ୍ଟଇଣ୍ଡିଜ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଏହି ବିଶ୍ୱକପ୍‌ରେ ଦଳ ଚାମ୍ପିଆନ ହୋଇଥିଲା। ଏହି ବିଶ୍ଵକପର ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜ ତାର ପ୍ରତିଦ୍ବନ୍ଦୀ ଇଂଲଣ୍ଡକୁ ୪ୱିକେଟରେ ପରାସ୍ତ କରିଥିଲା

Comments are closed.