ପୁଣି ଜେଲକୁ ଫେରିଲେ ଫାୟାଜ୍ ରେହମାନ୍

0

ଢେଙ୍କାନାଳ : ଢେଙ୍କାନାଳ ସେଲ୍ଟର ହୋମ୍ ଯୌନ ବ୍ୟଭିଚାର ମାମଲାରେ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ର ମୁଖ୍ୟ ଫାୟାଜ୍ ରେହମାନ୍ ପୁଣି ଜେଲକୁ ଫେରିଲେ। ତାଙ୍କର ଦୁଇ ଦିନ ରିମାଣ୍ଡ ଶେଷ ହେବାପରେ ପୁଣି ଜେଲକୁ ଫେରିଛନ୍ତି। ରେହମାନଙ୍କୁ ପୂର୍ବରୁ ସଦର ଥାନା ପୁଲିସ୍ ୨ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ ଅବଧି ବୁଧବାର ଶେଷ ହେବା ପରେ ପୁଲିସ୍ ଅଧିକ ପଚରାଉଚୁରା ପାଇଁ ଆଉ ଦିନେ ରମାଣ୍ଡରେ ନେଇଥିଲା। ସ୍ୱତନ୍ତ୍ର ପକ୍ସୋ ଅଦାଲତ ରିମାଣ୍ଡ ଅନୁମତି ଦେଇଥିଲେ। ତେବେ ପଚରାଉଚୁରା ସମୟରେ ରେହମାନ୍ ଠାରୁ ଅନେକ ତଥ୍ୟ ମିଳିଛି। ଯାହାକୁ ନେଇ ପୁଲିସ ଅଧିକ ଖୋଳତାଡ କରିପାରିବ।

Leave A Reply