୧୨ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ଵର : ଆସନ୍ତା ୧୨ତାରିଖରୁ ଚଳିତ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ଚାଲିବ। କରୋନା ପରୀକ୍ଷାର୍ଥୀମାନେ ମଧ୍ୟ ପରୀକ୍ଷା ଦେଇପାରିବେ । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଚଳିତଥର ୬୨ ହଜାର ୨୦୦ ଛାତ୍ରଛାତ୍ରୀ ୧୪,୭୦୦ସିଟ୍ ପାଇଁ ଆବେଦନ କରିଛନ୍ତି । ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ଏବଂ ନଭେମ୍ବର ୭ରେ ମେରିଟ୍ ଲିଷ୍ଟ ବାହାରିବା ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ସଚିବ ପ୍ରେସମିଟରେ ସୂଚନା ଦେଇଛନ୍ତି।

Comments are closed.